କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତ ।
ଯାଜପୁର : କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ଚରଣ ମୁଣ୍ଡା୩ ଦିନିଆ ଯାଜପୁର ଗସ୍ତରେ ଆସିଛନ୍ତି । କେନ୍ଦ୍ର ସରକାରଙ୍କର ବିଭିନ୍ନ ଗ୍ରାମା ଭିମୁଖୀ ଯୋଜନା ଗୁଡିକ ସମୀକ୍ଷା କରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ର ମନ୍ତ୍ରୀ ଶ୍ରୀମୁଣ୍ଡା ଯାଜପୁର ମୁଖଶାଳା ବରୁହାଁ ଠାରେ ପହଂଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାବ୍ୟ ସମ୍ବର୍ଦ୍ଧନା ଜଣାଇବା ସହିତ ବିଜେପି ଦଳୀୟ କର୍ମ ଓ ନେତୃବୁନ୍ଦ ସମେତ ଜନସାଧାରଣ ମଧ୍ୟ ତାଙ୍କୁ ସ୍ୱାଗତ କରିଥିଲେ । ପ୍ରଥମେ ମନ୍ତ୍ରୀ ଶ୍ରୀମୁଣ୍ଡା କ୍ଷେତ୍ରେଶ୍ୱରୀ ମା ବିରଜାଙ୍କ ଦର୍ଶନ ପାଇଁ ଯାଇଥିଲେ । ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀମୁଣ୍ଡା ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ବିଭିନ୍ନ ବିକାଶ କାର୍ଯ୍ୟ କ୍ରମର ଅଗ୍ରଗତି ଓ ଜିଲ୍ଲା ରଲକ୍ଷ୍ୟ ପୂରଣ ଦିଗରେ ନିଆଯାଉଥିବା ପଦକ୍ଷେପମାନ ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କଠାରୁ ପଚାରି ବୁଝିଥିଲେ । ବିଶେଷକରି ଯାଜପୁର ଏକ ନୂତନ ଜିଲ୍ଲା ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ବିକାଶ ଧାରାରେ କି ପ୍ରକାର ପରିବର୍ତ୍ତନ ଅଣିପାରିଛି ତାହା ଆମେ ଉପଲବ୍ଧି କରିବାର ଆବଶ୍ୟକତା ରହିଥିବା ଉପରେ ଗୁରୁତ୍ୱ ଦେଇଥିଲେ ସେହିପରି ଜିଲ୍ଲା ଯୋଜନା, ରାଜ୍ୟ ଯୋଜନା ଏବଂକେନ୍ଦ୍ ରଯୋଜନା ଗୁଡିକର ସପଂଳ ରୂପାୟନ ନେଇ ମନ୍ତ୍ରୀ ଶ୍ରୀମୁଣ୍ଡା ସନ୍ତୋଷ ବ୍ୟକ୍ତକରଥିଲେ ।ଜିଲ୍ଲା ପ୍ରଶାସନକୁ ଆହୁରି ଆଗକୁବଢିବା ସହ ଜିଲ୍ଲାକୁ ଏହିସବୁ ଯୋଜନା ପାଇଁ ଅଧିକରୁ ଅଧିକ ପାଣ୍ଠିକିପରି ଆସିପାରିବସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଜଙ୍ଗଲ ଓ ଆଦିବାସଉ ଭୟଉଭୟଙ୍କ ପରିପୂରକ । ଏଣୁ ଜଙ୍ଗଲ ସୁରକ୍ଷା ସହିତ ଆଦିବାସୀମାନେ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ, ସେ ଦିଗରେ ଜିଲ୍ଲା ପ୍ରଶାସନ ସଠିକ ଢଙ୍ଗରେ କାର୍ଯ୍ୟକରି ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ସୃଷ୍ଟିକରୁ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।ପ୍ରାରମ୍ଭରେ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋରସ ମସ୍ତଙ୍କୁସ୍ ୱାଗତ କରିବାସହ ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପ୍ରଣୟନ ଦିଗରେ ନିଆଯାଉଥିବା ପଦକ୍ଷେପ ଉପରେମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ସହିତ ସଂଶ୍ଳିଷ୍ଟ ବିଭିନ୍ନ ବିଭାଗ ତରପଂରୁ ପ୍ରସ୍ତୁତ କରାଯାଇଥିବା ତଥ୍ୟ ଗୁଡିକୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ପିପିଟି ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଏହି ବୈଠକରେ ମୁଖ୍ୟତଃ ଆଦିବାସୀବ୍ୟାପାର, ଜଙ୍ଗଲ, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ସ୍ୱଚ୍ଚ୍ଥତା, ମନରେଗା, କୃଷି, ଯୋଗାଣ, ସମାଜମଙ୍ଗଳ ଆଦି କେନ୍ଦ୍ରୀୟ ଯୋଜନା ଗୁଡିକ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକରାହୁଲ ପିଆର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖଯୋଗ ଦେଇଥିଲୋ ଅପରାହ୍ନରେ ବିରଜା କଲ୍ୟାଣ ମଣ୍ଡପଠାରେ ଏକ କର୍ମୀ ସମ୍ମୀଳନୀରେ ଯୋଗଦେଇଥିଲେ । ବିଜେପି ଜିଲ୍ଲା ସଭାପତି ଗୌତମରାୟ ଏଥିରେ ଅଧ୍ୟକ୍ଷତା କରିଥିଲେ । ପ୍ରଧାନମନ୍ତ୍ରୀଙ୍କର ଗ୍ରାମାଭିମୁଖୀ ଯୋଜନାର ସୁଫଳ ଲୋକମାନେ କିପରି ପାଇବେ ସେଥିପାଇଁ ସମସ୍ତ କର୍ମୀମାନେ ସଜାଗରହିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀମୋଦୀଙ୍କ ଲକ୍ଷ୍ୟକୁ ସାକାର କରିବା ସବକାସାଥ୍ ସବକା ବିକାଶପାଇଁ ସମସ୍ତଙ୍କର ସହଯୋଗ ଲୋଡାବୋଲି ଆହ୍ୱାନ ଦେଇଥିଲୋ କର୍ମୀ ସମ୍ମିଳନୀପରେ ମନ୍ତ୍ର ନୂତନ ଭାବେ ନିର୍ମାଣ ଧିନ ମେଡିକାଲକଲେଜର ଅଗ୍ରଗତିନେ ଇକ୍ଷେତ୍ର ପରିଦର୍ଶନ କରିଥିଲେ । ମନ୍ତ୍ରୀଙ୍କଏହି ୩ଦିନିଆଗସ୍ତ ରେଜିଲ୍ଲାର ବିଭିନ୍ନସ୍ଥାନରେ ଗସ୍ତକରି ସଭାସମିତି ଓ ସମୀକ୍ଷାବୈଠକରେଯୋଗଦେବାରକାର୍ଯ୍ୟକ୍ରମରହିଛି ।