ପପୁଆ ନ୍ୟୁଗିନିରେ ମୋଦୀଙ୍କ ଭବ୍ୟ ସ୍ୱାଗତ, ଆଲିଙ୍ଗନ ସହ ପାଦ ଛୁଇଁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ ମାରାପେ

ନୂଆଦିଲ୍ଲୀ : ପପୁଆ ନ୍ୟୁଗିନିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ବିମାନରୁ ଓହ୍ଲାଇବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଏପରିକି ପାଦ ଛୁଇଁ ପ୍ରଣାମ କଲେ ସେଠାକାର ପ୍ରଧାନମନ୍ତ୍ରୀ । ରବିବାର ମୋଦୀ ବିମାନରୁ ଓହ୍ଲାଇବା ପରେ ପପୁଆ ନ୍ୟୁଗିନି ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ମୋଦୀଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
Papua New Guinea PM seeks PM Modi's blessings, touches his feet on arrival
— ANI Digital (@ani_digital) May 21, 2023
Read @ANI Story | https://t.co/mgirhb8yGn#PMModi #PapuaNewGuinea pic.twitter.com/JZIDabYAvF
ବିମାନ ପାଖରେ ଛିଡ଼ା ହୋଇଥିବା ମାରାପେ ପ୍ରଥମେ ମୋଦୀଙ୍କ ସହ ହାତ ମିଳାଇଥିଲେ। ଏହାପରେ ଆଲିଙ୍ଗନ କରିବା ପରେ ପାଦ ଛୁଇଁ ପ୍ରମାଣ କରିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ପାଦ ଛୁଇଁ ପ୍ରଣାମ କରିବା ପରେ ମୋଦୀ ମାରାପେଙ୍କୁ ଉଠାଇ ଆଉଥରେ ଆଲିଙ୍ଗନ କରିବା ସହ ପିଠି ଥାପୁଡ଼େଇଥିଲେ। ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ପପୁଆ ନ୍ୟୁଗିନିରେ ପହଞ୍ଚିଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଛି। ପ୍ରଧାନ ମୋଦୀ ସେଠାରେ ପହଞ୍ଚିବା ପରେ ସେଠାରେ ରହୁଥିବା ଭାରତୀୟମାନଙ୍କ ମଧ୍ୟରେ ମଧ୍ୟ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କ ସହ ସେଲ୍ଫୀ ନେବା ସହ ହାତ ମିଳାଇବାର ଦୃଶ୍ୟ ବି ଦେଖିବାକୁ ମିଳିଥିଲା। ସୂଚନା ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ୩ ଦେଶ ଭ୍ରମଣରେ ଏହା ଦ୍ୱିତୀୟ ଦେଶ ଭ୍ରମଣ।