ଲଘୁଚାପ ପ୍ରଭାବରେ ବର୍ଷା ଜାରି; ଦୁଇଦିନ ପ୍ରବଳ ବର୍ଷା
ଆଗାମୀ ୧୨ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ
ଆସନ୍ତାକାଲି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ଶନିବାର ଉପକୂଳ ଓଡିଶାରେ ବର୍ଷା ଜାରିରହିଥିବା ବେଳେ ରବିବାର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅତିପ୍ରବଳ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ସହରୀ ବନ୍ୟା ପରିସ୍ଥିତି ଉପୁଜିବା ତଥା ଅଣ୍ଡର-ପାସ ରୋଡ଼ରେ ପାଣି ଜମିବା ସହ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି । ଓଡିଶା ଉପକୂଳ ଏବଂ ତାର ଆଖପାଖ ଅଞ୍ଚଳରେ ପବନ ସହ ଘଣ୍ଟା ପ୍ରତି ୪୫ରୁ ୫୫ କିମି ସହ ସର୍ବାଧିକ ୬୫ କିମି ଯାଏ ରହିବ । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ୧୫ ତାରିଖ ଯାଏ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।
୧୩ ରେ ଉପକୂଳ ଓଡିଶା ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ, ୧୪ରେ ଆଭ୍ୟନ୍ତରୀଣ ସହ ପଶ୍ଚିମ ଓଡିଶା ପ୍ରଭାବିତ ହେବା ସମ୍ଭାବନା
— Meteorological Centre, Bhubaneswar (@mcbbsr) August 13, 2022
ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସହ, ସହରୀ ବନ୍ୟା ପରିସ୍ଥିତି ଉପୁଜିବା ତଥା ଅଣ୍ଡର-ପାସ ରୋଡ଼ ରେ ପାଣି ଜମିବା ସହ, ପାହାଡିଆ ଅଞ୍ଚଳରେ ଭୂସ୍ଖଳନ

ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ପୁଣି ଆଗାମୀ ୧୨ ଘଂଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ନେଇ ଭୂବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ସୂଚନା ମୁତାବକ ବଙ୍ଗୋପସଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନିଭୂତ ହେବ । ଏହାସହ ଏହି ଲଘୁଚାପ ୧୪ ତାରିଖ ସୁଦ୍ଧା ଅବପାତର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ଏଭଳି ଲଘୁଚାପ କାରଣରୁ ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ଆଶଂକା ରହିଛି । ପାଣିପାଗ ବିଭାଗର ସୂଚନା ମୁତାବକ ଆଜି ଉପକୂଳ ଓଡିଶା ଓ ରବିବାର ଅଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ । ସେପଟେ ପାଣିପାଗ ବିଭାଗ ତରଫରୁ ଯେଉଁ ୧୪ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା ସେହି ଜିଲ୍ଲାଗୁଡିକରେ ଆଜି ବର୍ଷା ଜାରି ରହିଛି । ଅବଶିଷ୍ଠ ୧୬ ଟି ଜିଲାରେ ଆସନ୍ତାକାଲି ଠାରୁ ଲଘୁଚାପ ଜନିତ ବର୍ଷା ହେବ ବୋଲି କୁହାଯାଇଛି ।