ଲଘୁଚାପ ପ୍ରଭାବ; ଟ୍ୱିନସିଟିରେ ଦିନସାରା ଜାରି ରହିବ ବର୍ଷା
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଆଜି ଟ୍ୱିନସିଟିରେ ଦିନସାରା ଜାରି ରହିବ ବର୍ଷା । ଘଣ୍ଟା ପ୍ରତି ୨ରୁ ୩ ସେମି ବର୍ଷା ସମ୍ଭାବନା । ଏହାଫଳରେ କଟକ- ଭୁବନେଶ୍ୱରର ତଳି ଅଞ୍ଚଳରେ ପାଣି ଜମିବା ଆଶଙ୍କା କରିଛି ପାଣିପାଗ କେନ୍ଦ୍ର । ଅଧିକ ବର୍ଷା ସମ୍ଭାବନା ଥିବାରୁ ଯାତାୟତ ପ୍ରଭାବିତ ହେବା ସହ ଟ୍ରାଫିକ ସମସ୍ୟର ଉପୁଜିପାରେ ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୧୨ଘଣ୍ଟା ମଧ୍ୟରେରେ ଲଘୁଚାପର ରୂପ ନେବ । ପରବର୍ତ୍ତି ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ । ଆସନ୍ତାକାଲି ସୁଦ୍ଧା ଉତର-ପଶ୍ଚିମ ବଂଗୋପସାଗରରେ ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇ ଯାଇଛି । ଆଗାମି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆଜି ୧୪ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲାରେ ୭୦ରୁ ୨ ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି ।