ଲକଡାଉନ୍ ଓ କଟକଣା କଡାକଡି ନିଷ୍ପତ୍ତି ରାଜ୍ୟ ଉପରେ ଛାଡି ଦିଆଯାଇଛି : ଶାହ
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ସ୍ଥିତି ହୁ ହୁ ହୋଇ ବଢିଚାଲିଛି । ଏଥିସହିତ ସ୍ଥିତି ବିଗିଡିବାରେ ଲାଗିଛି । ଦୈନିକ ସଂକ୍ରମଣ ଅଢେଇ ଲକ୍ଷ ତାପିଥିବା ବେଳେ ୧୫୦୦ରୁ ଅଧିକ ସଂକ୍ରମିତ ପ୍ରାଣ ହରାଉଛନ୍ତି । ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜର ପ୍ରତିକ୍ରିୟା ରଖଛନ୍ତି । ଲକଡାଉନ୍ ଓ କଟକଣା କଡାକଡି ନିଷ୍ପତ୍ତି ରାଜ୍ୟ ଉପରେ ଛାଡି ଦିଆଯାଇଛି ବୋଲି ଶାହ କହିଛନ୍ତି ।
ସେ କହିଛନ୍ତି ଯେ, ଗତ ୩ ମାସ ଧରି କଟକଣା ଲଗାଇବା ନିଷ୍ପତ୍ତି ରାଜ୍ୟକୁ ଦିଆଯାଇଛି । କାରଣ ସବୁ ରାଜ୍ୟର ସ୍ଥିତି ସମାନ ନାହିଁ । ଏହାକୁ ଦେଖି ରାଜ୍ୟ ସରକାର ପରିସ୍ଥିତିକୁ ନଜରରେ ରହି କଡା ନିଷ୍ପତ୍ତି ନେଇପାରିବେ । ଗତବର୍ଷ ଯେବେ ପ୍ରଥମ ଥର ଲକଡାଉନ୍ ଲାଗିଥିଲା ସେତବେଳେ ଭିତ୍ତିଭୂମି ସୁଦୃଢ ନଥିଲା । ଭେଣ୍ଟିଲେଟର, ଅକ୍ସିଜେନ୍ ବେଡ୍ ଆଦି ସମସ୍ୟା ଥିଲା । ଏବେ କିନ୍ତୁ ରାଜ୍ୟ ଓ କେନ୍ଦ୍ର ସମସ୍ତ ପ୍ରସ୍ତୁତି କରିଛନ୍ତି । କେନ୍ଦ୍ର ସମସ୍ତ ରାଜ୍ୟ ସହ ରହିଛନ୍ତି ।