ବିଗୁଡୁଛି ସ୍ୱାସ୍ଥ୍ୟବସ୍ଥା! ଅକ୍ସିଜେନ୍ ସପୋର୍ଟରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର
ହାଇଦ୍ରାବାଦ : ଅକ୍ସିଜେନ୍ ସପୋର୍ଟରେ ବଲିଉଡର ପ୍ରସିଦ୍ଧ ତଥା ପ୍ରଖ୍ୟାତ୍ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଲତାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ଗତ ମଙ୍ଗଳବାର ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ତାଙ୍କ ବୟସକୁ ନଜରରେ ରଖି ଲତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ତାଙ୍କ ଝିଆରୀ ରଚନା ସୂଚନା ଦେଇଛନ୍ତି ।
ଲତାଙ୍କ ଝିଆରୀ ରଚନା ଶାହ କହିଛନ୍ତି, ଲତା ଦିଦିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ବର୍ତ୍ତମାନ ସେ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି । ତାଙ୍କ ବୟସ କାରଣରୁ ମଧ୍ୟ ଅନ୍ୟ ସମସ୍ୟା ରହିଛି । ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବା ପାଇଁ ଡାକ୍ତରଙ୍କ ଏକ ସ୍ବତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି । ସେମାନେ ତାଙ୍କର ସ୍ବତନ୍ତ୍ର ଧ୍ୟାନ ରଖୁଛନ୍ତି । ଏଥିପାଇଁ ଲତା ଦିଦି ଆଉ କିଛି ଦିନ ହସ୍ପିଟାଲରେ ରହିପାରନ୍ତି । ରାଚନା ଆହୁରି କହିଛନ୍ତି, ଭଗବାନ ପ୍ରକୃତରେ ଦୟାଳୁ ଅଟନ୍ତି। ଲତା ଦିଦି ଜଣେ ଯୋଦ୍ଧା। ଆମେ ଆନ୍ତରିକତାର ସହ ଆଶା କରୁଛୁ ଯେ ସେ କୋରୋନାରୁ ଜିତିବା ପରେ ଶୀଘ୍ର ଘରକୁ ଫେରିଆସିବେ। ମୁଁ ତାଙ୍କ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଯେତେବେଳେ ଏତେ ଲୋକ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି, ତାଙ୍କ ସହିତ କିଛି ଖରାପ ହୋଇପାରିବ ନାହିଁ।
ବ୍ରିଚ କ୍ୟାଣ୍ଡି ହସ୍ପିଟାଲ ଡାକ୍ତର ପ୍ରତୀକ ସମଦାନୀ ଏକ ବିବୃତି ଜାରି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଲତା ଦିଦିଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବା ପାଇଁ ଡାକ୍ତରଙ୍କ ଏକ ସ୍ବତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି । ସେମାନେ ତାଙ୍କର ଚିକିତ୍ସା କରୁଛନ୍ତି । ଯଦିଓ ସେ ସୁସ୍ଥ ହେଉଛନ୍ତି, ତଥାପି ତାଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ସହ ଭେଟିବା ପାଇଁ ଦିଆଯାଇପାରିବ ନାହିଁ । ଲତା ମଙ୍ଗେସକରଙ୍କୁ କୋରୋନା ହେବା ଖବର ସାମ୍ନାକୁ ଆସିବା ପରେ ବଲିଉଡରେ ଏକପ୍ରକାର ହଲଚଲ ସୃଷ୍ଟି ହୋଇଯାଇଛି । ସେଲେବ୍ରିଟିଙ୍କ ସମେତ ଫ୍ୟାନ୍ମାନେ ମଧ୍ୟ କୋକିଳ କଣ୍ଠୀଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରିଛନ୍ତି।