ସମୁଦ୍ରରେ ଲୀନ ହେବାକୁ ବସିଛି ଲାକ୍ଷାଦ୍ୱୀପ!

ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ସୁନ୍ଦର ଦ୍ୱୀପ ଭାବେ ଜଣାଶୁଣା ଲାକ୍ଷାଦ୍ୱୀପକୁ ନେଇ ଆସିଛି ଅବିଶ୍ୱସନୀୟ ଖବର। ଏବେ ଏହି ଦ୍ୱୀପ ସମୂହ ଲକ୍ଷାଦ୍ୱୀପ ସମୁଦ୍ରରେ ଡୁବିଯିବାକୁ ବସିଛି । ନିକଟରେ ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରତିବର୍ଷ ସମୁଦ୍ରର ଜଳସ୍ତର ୦.୪ ମିମିରୁ ୦.୯ ମିମି ପର୍ଯ୍ୟନ୍ତ ବଢ଼ିବ। ଏମିତି ଘଟିଲେ ଧିରେ ଧିରେ ଦ୍ୱୀପ ମଧ୍ୟ ବୁଡ଼ିଯିବ । ସବୁଜ ଗୃହ ପ୍ରଭାବ ଯୋଗୁଁ ହେଉଥିବା ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏନେଇ ମିଳିତ ଭାବେ ତଥ୍ୟ ପ୍ରକାଶ କରିଛନ୍ତି ଡିପାର୍ଟମେଣ୍ଟ ଅଫ ଆର୍କିଟେକ୍ଚର ଆଣ୍ଡ ରିଜିଓନାଲ୍ ପ୍ଲାନିଂ, ଡିପାର୍ଟମେଣ୍ଟ ଅଫ ଓସେନ୍ ଇଞ୍ଜିନିୟରିଂ ଆଣ୍ଡ ନାଭାଲ୍ ଆର୍କିଟେକ୍ଚର , ଆଇଆଇଟି ଖଡ଼ଗପୁର ଏବଂ ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ ସାଣ୍ଡ ଆଣ୍ଡ ଟେକନୋଲୋଜି । ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ନେଇ ହୋଇଥିବା ଗବେଷଣାରେ ଏଭଳି ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି।
ମିଳିଥିବା ରିପୋର୍ଟ ଅନୁଯାୟୀ ଚେତଲାଟ ଏବଂ ଅମିନୀ ଭଳି ଦ୍ୱୀପରେ ବଡ଼ କ୍ଷତି ହେବାର ଆଶଙ୍କା ରହିଛି। ପ୍ରୋଜେକ୍ସନ ମ୍ୟାପିଂ ଅନୁସାରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଦର୍ଶାଉଛି, ସମୁଦ୍ରର ଜଳସ୍ତର ବୃଦ୍ଧି ହେବା ଦ୍ବାରା ଅମିନୀ ଦ୍ୱୀପର ୬୦-୭୦ ପ୍ରତିଶତ ଏବଂ ଚେତଲାଟର ୭୦-୮୦ ପ୍ରତିଶତ ଲୀନ ହୋଇଯିବ। ଏହା ସହ ଲାକ୍ଷାଦ୍ୱୀପର ରାଜଧାନୀ କବର୍ତ୍ତୀର ପ୍ରାୟ ୬୦ ପ୍ରତିଶତ ସ୍ଥଳଭାଗ ସମୁଦ୍ର ଗର୍ଭକୁ ଚାଲିଯିବ ।