ଆଜି ସନ୍ଧ୍ୟାରେ ବାହାରିବ ନୂଆଁଖାଇ ପାଇଁ ଲଗ୍ନ
ସମ୍ବଲପୁର : ଆଗକୁ ଆସୁଛି ସମ୍ବଲପୁରର ଗଣପର୍ବ ନୂଆଁଖାଇ । ପ୍ରତିବର୍ଷଭଳି ଏବର୍ଷ ଏହି ପର୍ବକୁ ପାଳନ କରିବା ପାଇଁ ଲୋକଙ୍କ ଉତ୍ସାହିତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ବାହାରିବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ । ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ଅବସରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରାଯାଇଥାଏ । ମନ୍ଦିର ପ୍ରାଙ୍ଗଣରେ ପାରମ୍ପରିକ ପୂଜା ପରେ ମନ୍ଦିର ଟ୍ରଷ୍ଟ କମିଟି ଏବଂ ପଣ୍ଡିତଙ୍କ ଦ୍ୱାରା ଧାର୍ଯ୍ୟ ହେବ ଲଗ୍ନ ।
ସୂଚନା ଯେ, ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଗଣନା କରିବା ପରେ ପାଞ୍ଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହୋଇଥାଏ । ଲଗ୍ନ ଅନୁସାରେ ପ୍ରଥମେ ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥାଏ। ଏହାପରେ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ଲୋକେ ନିଜ ନିଜ ଘରର ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିବେ।