ଜାଣନ୍ତୁ ଚଳିତବର୍ଷ କେବେ ପଡୁଛି ରାଖୀ ପୂର୍ଣ୍ଣିମା? ରାଖୀ ବାନ୍ଧିବା ପାଇଁ ଶୁଭ ମୂହୁର୍ତ୍ତ କ’ଣ …
ଚଳିତବର୍ଷ ରାଖୀ ପୂର୍ଣ୍ଣିମା ଆସନ୍ତା ଅଗଷ୍ଟ ୧୧ ତାରିଖ ଗୁରୁବାର ପଡୁଛି। ଏଥର ରାକ୍ଷୀ ବାନ୍ଧିବା ମୂହୁର୍ତ୍ତ ଅଧିକ ସମୟ ଯାଏଁ ଅଛି। ପାଞ୍ଜି ଅନୁସାରେ ଭଉଣୀ ନିଜ ଭାଇକୁ ସକାଳ ୫ଟା ୪୯ରୁ ଆରମ୍ଭ କରି ସନ୍ଧ୍ୟା ୬ଟା ୦୧ ଯାଏଁ ରାଖି ବାନ୍ଧି ପାରିବେ। କାରଣ ପୂର୍ଣ୍ଣମୀ ତିଥି ଦିନ ସାରା ରହୁଛି । ଶ୍ରବଣା ନକ୍ଷତ୍ରରେ ଚନ୍ଦ୍ର ମଧ୍ୟ ଦିନସାରା ଅବସ୍ଥାନ କରୁଛନ୍ତି ।
ରାଖୀ ପୂର୍ଣ୍ଣିମା ଏକ ପବିତ୍ର ହିନ୍ଦୁ ପର୍ବ ଅଟେ । ଏହାର ଅପକ୍ଷା ସବୁ ଭାଇ ଭଉଣୀମାନେ କରନ୍ତି। ଏହି ଦିନ ଭଉଣୀ, ଭାଇ ହାତରେ ରାଖୀ ବାନ୍ଧି ଥାଏ। ପ୍ରତି ବର୍ଷ ସମଗ୍ର ଭାରତରେ ଏହି ପର୍ବ ବେଶ ଧୁମ୍ଧାମ୍ରେ ପାଳନ କରାଯାଏ। ଭାଇ ଭଉଣୀଙ୍କ ପ୍ରେମର ପ୍ରତୀକ ବା ସାକ୍ଷୀ ହେଉଛି ରାଖୀ ପୂର୍ଣ୍ଣିମା।
ଏହି ଦିନ ମଧ୍ୟ ଭଗବାନ ବଳରାମଙ୍କ ଜନ୍ମଦିନ । ରାଖୀ ପୂର୍ଣ୍ଣିମାରେ ଭଉଣୀ ନିଜ ଭାଇ ହାତରେ ରାଖୀ ବାନ୍ଧିବା ସମୟରେ ଭାଇର ଅଧିକ ଆୟୁ ପାଇଁ ପୂଜା କରିଥାଏ। ଏହା ସହ ଭଉଣୀ ଭାଇର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ମଧ୍ୟ ପ୍ରାର୍ଥନା କରିଥାଏ। ଅପରପକ୍ଷରେ ଭାଇ ନିଜ ଭଉଣୀକୁ ସବୁବେଳେ ରକ୍ଷା କରିବା ସହ ସବୁ ସମସ୍ୟାରୁ ଉଦ୍ଧାର କରିବା ପାଇଁ ସଂକଳ୍ପ ନେଇଥାଏ ।
ସେହିଭଳି ଶ୍ରାବଣ ପୂର୍ଣ୍ଣିମା ହେଉଛି ଓଡିଶାର ବିଶିଷ୍ଟ କବି ଗଙ୍ଗାଧର ମେହେରଙ୍କ ଜନ୍ମଦିନ । ଗଙ୍ଗାଧର ମେହେରଙ୍କୁ ସ୍ବଭାବ କବି ବୋଲି କୁହାଯାଏ । ସେହିଦିନ ମଧ୍ୟ ଠାକୁର ନିଗମାନନ୍ଦଙ୍କ ଜୟନ୍ତୀ ହୋଇଥିବାବେଳେ ଶ୍ରୀ ଅରବିନ୍ଦଙ୍କ ମଧ୍ୟ ଜୟନ୍ତୀ । ଶ୍ରାବଣ ପୂର୍ଣିମାରେ ରକ୍ଷାବନ୍ଧନ ହୋଇଥାଏ ଓ ଏହାକୁ ଗହ୍ମାପୂର୍ଣ୍ଣମୀ ମଧ୍ୟ କୁହାଯାଏ ।