ଜାଣନ୍ତୁ ଗୌତମ ବୁଦ୍ଧଙ୍କର ୨୧ଟି ଅମୂଲ୍ୟ କଥା ! ଯାହା ବଦଳାଇଦେବ ଆପଣଙ୍କ ଜୀବନ
ବିଶ୍ବକୁ ଶାନ୍ତିର ମାର୍ଗ ଦେଖାଇଥିବା ଗୌତମ ବୁଦ୍ଧ । ବୁଦ୍ଧ ବୌଦ୍ଧ ଧର୍ମର ପ୍ରତିଷ୍ଠା କରିଥିଲେ । ସେ ଖ୍ରୀ. ପୂ ୫୬୭ (ମତାନ୍ତର)ରେ ହିମାଳୟର ପାଦଦେଶରେ ଅବସ୍ଥିତ କପିଳବାସ୍ତୁ ନିକଟବର୍ତ୍ତୀ ଲୁମ୍ବିନୀ ଉପବନରେ ଜନ୍ମ ଗ୍ରହଣ କରିଥିଲେ । କପିଳାବାସ୍ତୁ ଶାକ୍ୟବଂଶୀୟ କ୍ଷତ୍ରିୟମାନଙ୍କର ଏକ କ୍ଷୁଦ୍ର ରାଜ୍ୟ ଥିଲା । ଗୌତମଙ୍କର ପିତା ଶୁଦ୍ଧୋଦନ ଏହି ଶାକ୍ୟ ଗଣତନ୍ତ୍ରର ରାଜା ଥିଲେ । ତାଙ୍କର ମାତାଙ୍କ ନାମ ଥିଲା ମାୟାଦେବୀ । ଜନ୍ମ ଲାଭ କରିବାର ଏକ ସପ୍ତାହ ପରେ ତାଙ୍କର ମାତା ମାୟାଦେବୀଙ୍କର ମୃତ୍ୟୁ ହେବାରୁ ବିମାତା ଗୌତମୀଙ୍କଦ୍ୱାରା ସେ ପରିପାଳିତ ହୋଇଥିଲେ । ରାଜପୁତ୍ର ହେଲେ ମଧ୍ୟ ରାଜକୀୟ ଭୋଗବିଳାସ ପ୍ରତି ତାଙ୍କର ମନ ଆଦୌ ଆକୃଷ୍ଟ ନଥିଲା । ସେ ସଂସାରବିରାଗୀ ଥିଲେ । ପୁତ୍ରର ମନ ପରିବର୍ତ୍ତନ ନିମନ୍ତେ ଶୁଦ୍ଧୋଦନ ଗୌତମଙ୍କୁ ଗୋପାନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟାଙ୍କ ସହିତ ବିବାହ କରାଇଥିଲେ । ବିବାହ ପରେ ଗୌତମଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା । ଏସବୁ ସତ୍ତ୍ୱେ ଗୌତମଙ୍କର ମନ ପରିବର୍ତ୍ତନ ହୋଇନଥିଲା ।କପିଳାବାସ୍ତୁ ନଗର ପରିଭ୍ରମଣ କଲାବେଳେ ଗୌତମ ଏକ ଜରାଗ୍ରସ୍ତ, ଏକ ରୁଗ୍ଣ ବ୍ୟକ୍ତି ଏବଂ ଏକ ଶବ ଦେଖିବାରୁ ମନରେ ଗଭୀର ଦୁଃଖ ଅନୁଭବ କଲେ । ମନୁଷ୍ୟର ଜନ୍ମ, ବାର୍ଦ୍ଧକ୍ୟ, ରୋଗ, ଦୁଃଖ, କ୍ଳେଶ, ମୃତ୍ୟୁ ଇତ୍ୟାଦି ବିଷୟ ଚିନ୍ତାକରି ସେ ଦୁଃଖରେ ଅଭିଭୂତ ହୋଇପଡ଼ିଲେ । ସେ ଏସବୁଥିରୁ ମୁକ୍ତିଲାଭ କରିବାର ଉପାୟ ଚିନ୍ତା କରିବାକୁ ଲାଗିଲେ । ଏହି ସମୟରେ ଦିନେ ସେ ଏକ ପ୍ରସନ୍ନବଦନ ଜନୈକ ସନ୍ନ୍ୟାସୀଙ୍କୁ ଦେଖିଲେ । ସନ୍ନ୍ୟାସ ବରଣ କଲେ ଦୁଃଖରୁ ତ୍ରାହି ମିଳିବ ବୋଲି ସେ ୨୯ ବର୍ଷ ବୟସରେ ଦିନେ ନିଶାର୍ଦ୍ଧରେ ସାଂସାରିକ ମାୟାବନ୍ଧନ ଛିନ୍ନକରି ସମସ୍ତଙ୍କ ଅଗୋଚରରେ ରାଜପ୍ରାସାଦ ତ୍ୟାଗ କରିଥିଲେ । ତପସ୍ୟା ପରେ ସେ ଜ୍ଞାନ ପ୍ରାପ୍ତି ହୋଇଥିଲେ ଏବଂ ସାରା ବିଶ୍ବକୁ ଶାନ୍ତିର ମାର୍ଗ ପ୍ରଦାନ କରିଥିଲେ ।
ମୁଁ କେବେ ଦେଖେ ନାହିଁ କି କଣ କରାଗଲା। ମୁଁ କେବଳ ଏହା ଦେଖିଥାଏ କି କଣ କରିବା ବାକିଅଛି।
ଯଦି ତମେ ଅନ୍ଧକାରରେ ରହିଅଛ ତ ଆଲୋକକୁ କାହିଁକି ଖୋଜୁ ନାହଁ।
ଯେଉଁ ବ୍ୟକ୍ତି ସତ୍ୟର ସନ୍ଧାନ କରନ୍ତି ନାହିଁ ସେ ଜୀବନ ଜୀଇଁବାର ପ୍ରକୃତ ଉଦେଶ୍ୟରୁ ବାଟ ଭୁଲି ଯାଇଛନ୍ତି।
ଇର୍ଷା ଓ ହିଂସାର ଅଗ୍ନିରେ ଜଳୁଥିବା ଏହି ସଂସାରରେ ସୁଖ ଓ ଶାନ୍ତି କିପରି ସ୍ଥାୟୀ ହୋଇପାରିବ।
ଅନ୍ୟ ଲୋକ ଦୋଷ ଓ ଭୁଲକୁ ଦେଖ ନାହିଁ, ନିଜେ ନିଜର କର୍ମକୁ ଦେଖ କି ଆପଣ କଣ କରିଛନ୍ତି ଓ କଣ କରିବା ବାକିଅଛି।
ଯେଉଁ କାମକୁ କରିବାରେ ବର୍ତ୍ତମାନ ବହୁତ କଷ୍ଟ କିନ୍ତୁ ଭବିଷ୍ୟତରେ ଖୁସି ଅଛି, ତାକୁ କରିବା ପାଇଁ ବହୁତ ଅଭ୍ୟାସର ଆବଶ୍ୟକତା ଅଛି।
ଝରଣା ବହୁତ ଶବ୍ଦ କରିଥାଏ, କିନ୍ତୁ ସାଗର ଗଭୀର ଓ ଶାନ୍ତ ହୋଇଥାଏ।
ସବୁବେଳେ ମନେରଖନ୍ତୁ କି ଖରାପ କାର୍ଯ୍ୟ ନିଜ ମନରେ ବୋଝ ରଖିବା ସହିତ ସମାନ ଅଟେ।
ଯେପରି ଆକାଶକୁ ମାଟି ଫୋପାଡିଲେ ତାହା ନିଜ ଉପରେ ହିଁ ପଡିଥାଏ। ଠିକ ସେହିପରି ମୂର୍ଖ ବ୍ୟକ୍ତି ଯେବେ ଭଲ ବ୍ୟକ୍ତି ସହିତ ଖରାପ କରିବାକୁ ଚେଷ୍ଟା କରିଥାନ୍ତି, ସେମାନଙ୍କ ନିଜର ହିଁ ଖରାପ ହୋଇଥାଏ।
ଶରୀରକୁ ସ୍ୱାସ୍ଥ୍ୟ ରଖିବା ଏକ କର୍ତ୍ତବ୍ୟ ଅଟେ,ନଚେତ ଆମେ ନିଜ ମନକୁ ଶକ୍ତିଶାଳୀ ଓ ସ୍ୱଚ୍ଛ ରଖିବାକୁ ସକ୍ଷମ ହୋଇ ପାରିବାନାହିଁ।
ଖରାପ ଠାରୁ ଦୂରରେ ରହିବା ପାଇଁ ଭଲର ବିକାଶ କରନ୍ତୁ ଓ ନିଜ ମନକୁ ଭଲ ବିଚାରରେ ପୁର୍ଣ ରଖନ୍ତୁ।
ମାତା ପିତା ହେବା ଅତ୍ୟନ୍ତ ସୁଖଦ ଅନୁଭବ ଅଟେ। ଉତ୍ସାହରେ ଜୀବନ ବଞ୍ଚିବା ଏବଂ ସ୍ୱୟଂ ନିଜଠାରେ ବିଜୟ ପ୍ରାପ୍ତ କରିବା ଖୁସି ଦେଇଥାଏ।
ନିଶ୍ଚିତ ରୂପେ ଯିଏ ବିଭ୍ରାନ୍ତକାରୀ ବିଚାରରୁ ମୁକ୍ତ ରହିଥାନ୍ତି ସେ ହିଁ ଜୀବନରେ ଶାନ୍ତି ପାଇଥାନ୍ତି।
ଜଣେ ଉଜାଗର ଥିବା ବ୍ୟକ୍ତିକୁ ରାତି ବହୁତ ଲମ୍ବା ଲାଗିଥାଏ। ଜଣେ ଥକି ପଡିଥିବା ବ୍ୟକ୍ତକୁ ଲକ୍ଷ୍ୟ ବହୁତ ଦୂର ଦେଖା ଯାଇଥାଏ।
ଯେଉଁ ବ୍ୟକ୍ତି ନିଜ ଜୀବନକୁ ନିଜସ୍ୱ ବିଚାରରେ ବଞ୍ଚିଥାଏ, ତାହାକୁ ମୃତ୍ୟୁକୁ ବି ଡର ଲାଗିନଥାଏ।
କ୍ରୋ-ଧକୁ ପ୍ରେମରେ, ଖରାପକୁ ଭଲରେ, ସ୍ୱାର୍ଥକୁ ଉଦାରତାରେ ଏବଂ ମିଛ ବ୍ୟକ୍ତିକୁ ସତ୍ୟତାରେ ଜିତିପାରିବ।
ଗୋଟିଏ କ୍ଷଣ ଗୋଟିଏ ଦିନକୁ ବଦଳାଇପାରିବ ,ଗୋଟିଏ ଦିନ ଗୋଟିଏ ଜୀବନକୁ ବଦଳାଇପାରିବ ଏବଂ ଗୋଟିଏ ଜୀବନ ଏହି ସମଗ୍ର ଦୁନିଆକୁ ବଦଳାଇ ପାରିବ।
ନୀରବତା ଏପରି ବ୍ୟକ୍ତିକୁ ଖୁସି ଦେଇଥାଏ, ଯିଏ ସନ୍ତୋଷ ଅଟେ ଓ ଯିଏ ଧର୍ମ ବାବଦରେ ଶୁଣିଅଛି ଏବଂ ତାକୁ ସ୍ୱଚ୍ଛ ଭାବେ ଦେଖିଅଛି।
ଜ୍ଞାନ ଧ୍ୟାନରୁ ପ୍ରାପ୍ତ ହୋଇଥାଏ ଏବଂ ଧ୍ୟାନ ବିନା ଜ୍ଞାନ ହଜି ଯାଇଥାଏ।
ଏଥିପାଇଁ ଜ୍ଞାନର ପ୍ରାପ୍ତି ଏବଂ ହରାଇବାର ଏହି ଦୁଇଟି ବାଟକୁ ଜାଣିକରି ବ୍ୟକ୍ତି ନିଜକୁ ଏହିପରି ସାଧନା କରିବା ଦରକାର ଯାହା ଦ୍ୱାରା ଜ୍ଞାନର ବୃଦ୍ଧି ହେଉ।