କାଶ୍ମୀର ପଣ୍ଡିତ ନରସଂହାର ମାମଲା; ୪ ଜଣଙ୍କୁ ଚାକିରିରୁ ବରଖାସ୍ତ କଲେ ସରକାର
ନୂଆଦିଲ୍ଲୀ : କାଶ୍ମୀର ପଣ୍ଡିତ ନରସଂହାର ମାମଲା। ଦୃଢ କାର୍ଯ୍ୟାନୁଷ୍ଠାନ ନେଲେ ସରକାର । ୪ ଜଣଙ୍କୁ ଚାକିରିରୁ ବରଖାସ୍ତ କଲେ ଜମ୍ମୁକାଶ୍ମୀର ସରକାର ।
ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା ମୁତାବକ କାଶ୍ମୀରରେ ପଣ୍ଡିତମାନଙ୍କୁ ହତ୍ୟା କରିବା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା
ବିଟା କରାଟେଙ୍କ ପତ୍ନୀ ଅସବାହା ଆରଜୁମନ୍ଦ ଖାନ, କାଶ୍ମୀର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମୁହିତ ଅହମ୍ମଦ ଭଟ୍ଟ, କାଶ୍ମୀର ବିଶ୍ୱ ବିଦ୍ୟାଳୟର ଆସିଷ୍ଟାଣ୍ଡ ପ୍ରଫେସର ମାଜିଦ ହୋସେନ କାଦରୀ ଓ ଆଇଟି ସୟେଦ ଅବ୍ଦୁଲ୍ଲା ମୁଇଦଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।
J&K govt sacks four Govt employees, including the wife of Bitta Karate who is facing terror charges and is an accused in the matter of killing of Kashmiri pandits. The four have been dismissed from services for terror links: Govt Sources pic.twitter.com/wlv5PPgxho
— ANI (@ANI) August 13, 2022
ସୂଚନା ଯେ, ବିଟା କରାଟେଙ୍କ ପତ୍ନୀ ଅସବାହ ୨୦୧୧ ବ୍ୟାଚର ଜେଏକେଏସ ଅଫିସର । ସେ ଆତଙ୍କବାଦୀ ସଂଗଠନ ଆଇଏସଆଇ ସହ ସଂପର୍କ ରଖିଥିବା କାରଣରୁ ତାଙ୍କୁ ବହିସ୍କାର କରାଯାଇଛି । ଏହାସହ ୨୦୦୩-୨୦୦୭ ମଧ୍ୟରେ ସେ କାର୍ଯ୍ୟରେ ଅନୁପସ୍ଥିତ ରହି ସେହି ସମୟରେ ସେ ଜର୍ମାନୀ, ବ୍ରିଟେ ଓ ଶ୍ରୀଲଙ୍କା ଗସ୍ତ କରିଥିବା କଥା କୁହାଯାଇଛି ।