ବାଦାମପାହାଡ ଥାନା ପକ୍ଷରୁ ଜଳ ଛତ୍ର ଆରମ୍ଭ
ରାଇରଙ୍ଗପୁର : ବାଦାମପାହାଡ ଥାନା ତରଫରୁ ପଣା ସଂକ୍ରାନ୍ତି ଉପଲକ୍ଷେ ଜଳ ଛତ୍ର ଆରମ୍ଭ କରାଯାଇଛି। ବାଦାମ ପାହାଡ଼ ଥାନା ଅଧିକାରିଣୀ ଶ୍ରୀମତୀ ଅମ୍ବିକା ପ୍ରସାଦ ଦାସଙ୍କ ତତ୍ବାବଧାନରେ ବାଦାମ ପାହାଡ଼ ଥାନା ପକ୍ଷରୁ ଜଳ ଛତ୍ର ଆରମ୍ଭ ହୋଇଯାଇଛି । ତାଙ୍କ ସହିତ ଏ ଏସ ଆଇ ବିଚିତ୍ରାନନ୍ଦ ନାଏକ, ଗୋବିନ୍ଦ ବେହେରା, ଘାସିରାମ ମହାନ୍ତ ସମସ୍ତ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ଯୋଗୁଁ ଜନସାଧାରଣଙ୍କ ହିତ ପାଇଁ ବାଦାମପାହାଡ ପୋଲିସ ପକ୍ଷରୁ ଏହି ଜନହିତ କାର୍ଯ୍ୟ ଆରମ୍ଭ କରାଯାଇଛି।