ଦାନ୍ତ କଳା ହୋଇଯାଇଛି କି ? ଏହି ଉପାୟରେ ଦାନ୍ତ ମୋତି ଭଳିଆ ଚମକିବ!

ବର୍ତ୍ତମାନ ସମାଜରେ ପ୍ରତ୍ୟେକ ବ୍ୟକ୍ତି ନିଜ ସୁନ୍ଦରତାକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି ଏବଂ ନିଜ ସୁନ୍ଦରତାକୁ ବଜାଇ ରଖିବା ପାଇଁ ଅନେକ ପ୍ରକାର ଚେଷ୍ଟା ମଧ୍ୟ କରିଥାନ୍ତି । ଯଦିଓ ଭଗବାନ ଆମକୁ ଏକ ପ୍ରାକୃତିକ ରୂପ ଦେଇଛନ୍ତି ତଥାପି କେତେକ ବାହ୍ୟ ଉପାଦାନର ଫଲାଫଳ ଯୋଗୁଁ ଆମ ସୁନ୍ଦରତା ଉପରେ ପ୍ରଶ୍ନବାଚୀ ଆସିଥାଏ । ସୁନ୍ଦରତା ପାଇଁ ଆମର ପ୍ରତ୍ୟେକ ଅଙ୍ଗ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି , ସେଥିମଧ୍ୟରୁ ଗୋଟିଏ ହେଉଛି ଦାନ୍ତ । ବର୍ତ୍ତମାନ ଅଧିକାଂଶ ଲୋକମାନଙ୍କର ଦାନ୍ତ ହଳଦିଆ ଦେଖାଯିବା ଏବଂ ଅପରିଷ୍କାର ଦେଖାଯିବା ପରି ଅନେକ ସମସ୍ୟା ରହିଥାଏ । ଯାହା ଆମ ସୁନ୍ଦରତାକୁ କରିବା ସହ ଆମ ଶରୀର ପାଇଁ ଅପକାରୀ ମଧ୍ୟ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ଘରୋଇ ଉପାୟ ଜଣାଇବୁ ସାହା ସାହାର୍ଯ୍ୟରେ ଆପଣ ମାତ୍ର କେତେଟା ଦିନରେ ଆପଣଙ୍କ ଦାନ୍ତ ମୋତି ଭଳି ଦେଖିବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା ସେହି ସହଜ ଉପାୟ ବିଷୟରେ ।
ପ୍ରସ୍ତୁତ ପ୍ରଣାଳୀ :-
ଏହି ଉପାୟଟିକୁ ପ୍ରସ୍ତୁତ କରିବା ଅତି ସହଜ ଅଟେ ଏବଂ ଏଥିରେ ବ୍ୟବହାର କରାଯାଇଥିବା ସାମଗ୍ରୀ ଗୁଡିକ ମଧ୍ୟ ଘରେ ଅତି ସହଜରେ ପାଇ ପାରିବେ । ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବା ପାଇଁ ପଡିବ ନାହିଁ । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଗୋଟିଏ ପାତ୍ରରେ ଦୁଇଟି ରସୁଣ ଗୋଲିକୁ ଛୋଟ ଛୋଟ କରି କାଟି ନିଅନ୍ତୁ ଏବଂ ସେଥିରେ ଅଳ୍ପ ପରିମାଣର ଲୁଣ ଦେଇ ମିକ୍ସ କରି ନିଅନ୍ତୁ । ଏହା ପରେ ଆପଣ ସେହି ମିଶ୍ରଣରେ ଏକ ଚାମଚ ଲେମ୍ୱୁ ରସ ଏବଂ କଲଗେଟ ପେଷ୍ଟ ମିଶେଇ ତାହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏବେ ଆମର ରେମିଡି ପ୍ରସ୍ତୁତ ହୋଇଗଲା , ଏହାପରେ ଆମେ ଜାଣିବା ଏହାର ବ୍ୟବହାର ବିଷୟରେ ।
ବ୍ୟବହାର ପ୍ରଣାଳୀ :-
ଆପଣ ଏହି ରେମିଡିକୁ ଏକ ବ୍ରସ ସାହାର୍ଯ୍ୟରେ ନେଇ ଆପଣ ଦୁଇଥର ଦାନ୍ତ ବ୍ରସ କରନ୍ତୁ । ପ୍ରତ୍ୟେେକ ଦିନ ସକାଳେ ଆପଣ ଦାନ୍ତ ଘୋଷିବା ସମୟରେ ପେଷ୍ଟ ବଦଳରେ ଆପଣ ଏହି ରେମିଡିକୁ ବ୍ୟବହାର କରିପାରିବେ । ଏହି ଉପାୟଟିକୁ ଆପଣ ନିୟମିତ ଭାବେ ବ୍ୟବହାର କରନ୍ତୁ , ଦେଖିବେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଆପଣଙ୍କ ର ଦାନ୍ତ କ୍ଷୀର ଭଳି ଧଳା ହୋଇଯିବ । ଆପଣଙ୍କ ଦାନ୍ତରେ ଥିବା ହଳଦିଆ ପଣ ବା ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ । ମାତ୍ର ଏହି ଉପାୟକୁ ଆପଣ ନିୟମିତ ଭାବରେ ବ୍ୟବାହର କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।