ଆଇପିଏଲ ୨୦୨୩ ପ୍ଲେ-ଅଫ୍ ଲଢ଼େଇ; ପ୍ରଥମ କ୍ବାଲିଫାୟର ମ୍ୟାଚରେ ମୁହାଁମୁହିଁ ହେବେ ଗୁଜରାଟ ଓ ଚେନ୍ନାଇ

ଚେନ୍ନଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ …. ପ୍ଲେ-ଅଫ୍ ଲଢ଼େଇ । ମଙ୍ଗଳବାର ସଂଧ୍ୟାରେ ଖେଳାଯିବ ପ୍ରଥମ କ୍ବାଲିଫାୟର ମ୍ୟାଚ୍ । ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନସ୍ ଓ ୪ଥର ଟାଇଟଲ ବିଜେତା ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଟକ୍କର ହେବ । ବିଜେତା ଦଳ ସିଧା ଫାଇନାଲରେ ଏଣ୍ଟ୍ରି କରିବ । ସେହିପରି ପରାଜିତ ଟିମକୁ ଆଉ ଏକ ସୁଯୋଗ ମିଳିବ ।
୫୧ ଦିନ ଓ ୭୦ ମ୍ୟାଚ୍ ଖେଳାଯିବ ପରେ ପ୍ଲେ ଅଫ୍କୁ ୪ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି। ସ୍ଥାନୀୟ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ କ୍ୱାଲିଫାୟର-୧ରେ ପରସ୍ପର ସହ ମୁକାବିଲା କରିବେ। ଏହି ନିର୍ଣ୍ଣାୟକ ମ୍ୟାଚ୍ର ବିଜୟୀ ଦଳ ସିଧାସଳଖ ଫାଇନାଲ ମ୍ୟାଚ୍ ଖେଳିବ। ଦୁଇ ଦଳ ପଏଣ୍ଟ ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ରହି ପ୍ଲେ-ଅଫ୍ରେ ପ୍ରବେଶ କରିଥିଲେ। ଗୁଜରାଟ ୧୪ଟି ମ୍ୟାଚ୍ ଖେଳି ୧୦ ବିଜୟ ଓ ୪ ପରାଜୟ ସହ ୨୦ ପଏଣ୍ଟ ପାଇ ଶୀର୍ଷରେ ରହିଥିଲା। ସେହିପରି ଚେନ୍ନାଇ ୧୪ ମ୍ୟାଚ୍ ଖେଳି ୮ ବିଜୟ, ୫ ପରାଜୟ ସହ ୧୭ ପଏଣ୍ଟ ପାଇ ଉନ୍ନତ ନେଟ୍ ରନରେଟ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ରବିବାର ଏହି ପ୍ରତିଯୋଗିତାର ଫାଇନାଲ ଖେଳାଯିବ।
ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ଏହି ହାଇ-ଭୋଲଟେଜ୍ ଗେମ୍ । ସିଏସକେ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳୁଥିବାରୁ ଖେଳାଳିଙ୍କ ଦବଦବା ରହିବ । ସେପଟେ ଓ୍ବିକେଟ୍ ପଛରୁ ରଣନୀତି ପ୍ରସ୍ତୁତ କରିବେ କ୍ୟାପଟେନ୍ କୁଲ୍ । ଆଜିର ମ୍ୟାଚ ସ୍ପିନରଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ । ଚେନ୍ନାଇର ମୋଇନ ଅଲ୍ଲି ଓ ଟାଇଟନ୍ସର ରସିଦ୍ ଖାନ୍ ମଧ୍ୟରେ ଟକ୍କର ହେବ । ଏବେ ଟପ୍ ଫର୍ମରେ ରହିଛନ୍ତି ଆଫଗାନିସ୍ତାନର ଏହି ସ୍ସିନର । ଚଳିତ ଆଇପିଏଲରେ ରସିଦ ଖାନ୍ ୧୪ଟି ମ୍ୟାଚ ଖେଳି ୨୪ଟି ଓ୍ବିକେଟ୍ ନେଇଛନ୍ତି । ସେହିପରି ପେସ୍ ବୋଲର ତୁଷାର ଦେଶପାଣ୍ଡେ ଓ ମହମ୍ମଦ ସାମିଙ୍କ ମଧ୍ୟରେ ଟକ୍କର ହେବ । ଗୁଜରାଟର ମହମ୍ମଦ ସାମିରେ ୧୪ଟି ମ୍ୟାଚରୁ ୨୪ଟି ଓ୍ବିକେଟ୍ ନେଇ ପର୍ପଲ କ୍ୟାପକୁ ନିଜ ପାଖରେ ରଖିଛନ୍ତି । ସାମିଙ୍କ ସିମ୍ ବୋଲିଂକୁ ସାମ୍ନାରେ କରିବେ ଚେନ୍ନାଇ ବ୍ୟାଟର । ସେହିପରି ସିଏସକେ ତୁଷାର ଦେଶପାଣ୍ଡେ ଚଳିତ ଆଇପିଏଲର ୧୪ଟି ମ୍ୟାଚ ଖେଳି ୨୦ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।
ଅନ୍ୟପଟେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ବ୍ୟାଟରଙ୍କ ମଧ୍ୟରେ ଲଢେଇ ଦେଥିବାକୁ ମିଳିବ । ଫର୍ମର ଶୀର୍ଷରେ ଥିବା ଶୁବମନ୍ ଗିଲଙ୍କ ପ୍ରାରମ୍ଭରୁ ଅଟକାଇବାକୁ ପଡ଼ିବ । ଚଳିବ ଆଇପିଏଲରେ ଦୁଇଟି ଶତକୀୟ ପାଳି ଖେଳି ଦଳ କେବଳ ବିଜୟୀ କରିନାହାନ୍ତି ବରଂ କ୍ରିକେଟ୍ ପ୍ରେମୀର ହୃଦୟ ଜିତିପାରିଛନ୍ତି । ୧୪ଟି ମ୍ୟାଚରୁ ୫୬.୬୭ ହାରରେ ୬୮୦ ରନ୍ ସଂଗ୍ରହ କରିଛନ୍ତି । ସେପଟେ ଚେନ୍ନାଇ ସୁପର କିଙ୍ଗସର ଡେଭିଡ୍ କନଓ୍ବେ ମଧ୍ୟ ଟପ୍ ଫର୍ମରେ ରହିଛନ୍ତି । ୧୪ଟି ମ୍ୟାଚ ଖେଳି ୫୩.୧୪ ହାରରେ ୫୮୫ ରନ ସଂଗ୍ରହ କରିଛନ୍ତି । ଆଜିରେ ମ୍ୟାଚରେ ଶୁବମନ ଗିଲ୍ ଓ ଡେଭିଡ୍ କନଓ୍ବେ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ ।
ବ୍ୟାଟିଂ ଓ ବୋଲିଂରେ ଶନ୍ତୁଳିତ ଦଳ ଉଭୟ ଟିମ୍ । ଚେନ୍ନାଇରେ ଏହି ମ୍ୟାଚ ଖେଳାଯାଉଥିବାରୁ ସିଏସକେର ପଲା ଭାରି ରହିବ । ଆଇପିଏଲରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ୩ଥର ମୁକାବିଲା ହୋଇଛି । ପ୍ରତିଥର ଟାଇଟନ୍ସ ବିଜୟୀ ହୋଇଛି । ଆଜି ପ୍ରଥମ ପ୍ଲେ-ଅଫ୍ ମ୍ୟାଚ ଯେଉଁ ଦଳ ବିଜୟୀ ହେବ, ସେହି ଟିମ୍ ସିଧା ଫାଇନଲରେ ଏଣ୍ଟ୍ରି କରିବ ।
ପ୍ଲେ ଅଫ୍ରେ ଗୁଜରାଟର ଶତ ପ୍ରତିଶତ ବିଜୟ ରେକର୍ଡ ରହିଛି। ଗତ ୨୦୨୨ରେ ଗୁଜରାଟ ପଦାର୍ପଣ କରିଥିଲା। ଗତ ବର୍ଷ ପ୍ଲେ ଅଫ୍ରେ ୨ଟି ମ୍ୟାଚ୍ ଖେଳି ଗୁଜରାଟ ଦୁଇଟିରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରି ଶେଷରେ ଚାମ୍ପିଅନ ବିବେଚିତ ହୋଇଥିଲା। ଚେପକ୍ ଷ୍ଟାଡିୟମରେ ଗୁଜରାଟ କୌଣସି ମ୍ୟାଚ୍ ଖେଳିନାହିଁ। କିନ୍ତୁ ଲିଗ ପର୍ଯ୍ୟାୟରେ ଉଭୟ ଦଳ ମଧ୍ୟରେ ୩ଥର ମୁକାବିଲା ହୋଇଛି। ଏ ସମସ୍ତ ମୁକାବିଲାରେ ଗୁଜରାଟ ପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇକୁ ପରାସ୍ତ କରିଛି। ଏଠାରେ ଦୁଇ ପୂର୍ବ ଚାମ୍ପିଅନ ଦଳ ପରସ୍ପରକୁ ପ୍ରଥମଥର ପାଇଁ ଭେଟିବେ। ଅନ୍ୟପଟେ ଚେନ୍ନାଇ କେବଳ ଦୁଇଥର ୨୦୨୦ ଓ ୨୦୨୨ରେ ପ୍ଲେ- ଅଫ୍ରେ ପ୍ରବେଶ କରିପାରି ନଥିଲା। ଏହି ଦୁଇଟି ସଂସ୍କରଣରେ ଚେନ୍ନାଇ ସେକେଣ୍ଡ ଲାଷ୍ଟ ସ୍ଥାନରେ ରହିଥିଲା। ପ୍ଲେ ଅଫ୍ରେ ଚେନ୍ନାଇ ମୋଟ୍ ଉପରେ ୨୪ଟି ମ୍ୟାଚ୍ ଖେଳି ୧୫ଟିରେ ବିଜୟୀ ହୋଇଥିବା ବେଳେ ୯ଟିରେ ପରାଜୟ ବରଣ କରିଛି। ଅର୍ଥାତ ଚେନ୍ନାଇ ପ୍ଲେ ଅଫ୍ରେ ୬୨.୫ ପ୍ରତିଶତ ମ୍ୟାଚ୍ ଜିତିଛି। ଏହି ଦଳ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଚାମ୍ପିଅନ ହୋଇଥିଲା। ସେହିପରି ୨୦୦୮, ୨୦୧୨, ୨୦୧୩ ଓ ୨୦୧୫ରେ ଫାଇନାଲରେ ପରାସ୍ତ ହୋଇ ରନର୍ସଅପ ହୋଇଥିଲା। ୨୦୧୧ରେ ପ୍ରଥମଥର ପାଇଁ ପ୍ଲେ- ଅଫ୍ ପ୍ରଣାଳୀ ଲାଗୁ ହୋଇଥିଲା।