ଆଇପିଏଲ-୨୦୨୩ : ଗିଲ୍ଙ୍କ ବିସ୍ଫୋରକ ଶତକ, ମୁମ୍ବାଇକୁ ୨୩୪ ରନର ଲକ୍ଷ୍ୟ ଦେଲା ଗୁଜରାଟ
ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଆଇପିଏଲ ୨୦୨୩ର ୨ୟ କ୍ବାଲିଫାୟାରରେ ମୁମ୍ବାଇ ଆଗରେ ୨୩୪ ରନର ବିଜୟ ଲକ୍ଷ୍ୟ ରଖିଛି ଗୁଜରାଟ । ଗୁଜରାଟ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ।
ପୁଣି ଥରେ ଗର୍ଜିଲା ଶୁଭମନ ଗିଲ୍ଙ୍କ ବ୍ୟାଟ୍। ଗିଲ୍ଙ୍କ ବିସ୍ଫୋରକ ଶତକ ବଳରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ କ୍ଵାଲିଫାୟର ମୁକାବିଲାରେ ଗୁଜରାଟ ଟାଇଟନ୍ସ ବିଶାଳ ସ୍କୋର କରିଛି। ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ଗୁଜରାଟ୍ ୨୩୩ ରନ କରିଛି। ଶୁଭମନ ଗିଲ୍ ୬୦ ବଲ୍ରୁ ୧୨୯ ରନର ଶତକୀୟ ଇନିଂସ ଖେଳିଛନ୍ତି। ସାଇ ସୁଦର୍ଶନ ୪୩ ରନ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ମୁମ୍ବାଇ ସାମ୍ନାରେ ୨୩୪ ରନର ବିଜୟ ଲକ୍ଷ୍ୟ ରହିଛି। ଏହି ମ୍ୟାଚ୍ ଜିତିବା ଦଳ ଫାଇନାଲ୍ରେ ମେ ୨୮ ତାରିଖ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ଏହା ପୂର୍ବରୁ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ସଠିକ୍ ସାବ୍ୟସ୍ତ କରି ପାରି ନାହାନ୍ତି ବୋଲର।
ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୨୩୩ ରନ କରିଥିଲା । ଶୁଭମନ ଗିଲ୍ ମାତ୍ର ୬୦ ବଲରେ ୧୨୯ ରନ କରିଥିଲେ । ସାଇ ସୁଦର୍ଶନ ୪୩ ରନ କରି ତାଙ୍କ ସହ ଏକ ଭଲ ଭାଗିଦାରୀ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ପିୟୁଷ ଚାଓ୍ବାଲ ଓ ଆକାଶ ମାଧଓ୍ବାଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଆଜିର ମ୍ୟାଚରେ ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯିବାକୁ ଥିବା ଫାଇନାଲରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ । ଗତ ୨୩ ତାରିଖରେ ଖେଳାଯାଇଥିବା କ୍ବାଲିଫାୟାର-୧ରେ ଗୁଜରାଟ ଦଳ ଚେନ୍ନାଇଠାରୁ ୧୫ ରନରେ ହାରିଯାଇଥିଲା । ସେହିପରି ଗତ ବୁଧବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୮୧ ରନରେ ଲକ୍ଷ୍ନୌକୁ ହରାଇଥିଲା ।