୫୭୮.୪୪୯ ଆରବ ଡଲାରରେ ପହଞ୍ଚିଲା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର
ନୂଆଦିଲ୍ଲୀ : ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ । କ୍ରମାଗତ ଦୁଇ ସପ୍ତାହ ବୃଦ୍ଧି ପରେ ମାର୍ଚ୍ଚ ଶେଷ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି । ୩୨୯ ମିଲିୟନ ଡଲାର ଅର୍ଥାତ୍ ୩୨.୯ କୋଟି ଡଲାର ହ୍ରାସ ପାଇ ୫୭୮.୪୪୯ ଆରବ ଡଲାରରେ ପହଞ୍ଚି ଭାରତର ବିଦେଶୀ ମୁଦ୍ରା ଭଣ୍ଡାର । ମାର୍ଚ୍ଚ ସମୀକ୍ଷାରେ ଏହା ୫.୯୭୭୭ ଆରବ ଡଲାର ବୃଦ୍ଧି ପାଇ ୫୭୮.୭୭୮ ଆରବ ଡଲାରରେ ପହଞ୍ଚିଥିଲା । ୨୦୨୩ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ବିଦେଶୀ ମୁଦ୍ରା ଭଣ୍ଡାର ୨୪.୨୩ ଆରବ ଡଲାର ହ୍ରାସ ପାଇଛି । ୨୦୨୧ ଆର୍ଥିକ ବର୍ଷରେ ଏହା ସର୍ବାକାଳୀନ ବୃଦ୍ଧି ପାଇଥିଲା । ଫୋରେକ୍ସ ରିଜର୍ଭ ୬୪୫ ଆରବ ଡଲାରରେ ପହଞ୍ଚିଯାଇଥିଲା ।
ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି, କେନ୍ଦ୍ରୀୟ ବ୍ୟାଙ୍କ୍ ବୈଧାନିକ ଘଟଣାକ୍ରମ ଚାପ ମଧ୍ୟରେ ଡଲାର ତୁଳନାରେ ଟଙ୍କାକୁ ମଜବୁତ କରିବା ପାଇଁ ଏହାକୁ ବିନିଯୋଗ କରାଯାଉଛି । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି ହୋଇଥିବା ସମୀକ୍ଷା ରିପୋର୍ଟରେ ମାର୍ଚ୍ଚ ଶେଷ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଇ ୫୦୯.୬୯୧ ଆରବ କୋଟିରେ ପହଞ୍ଚିଛି ।
ବିଦେଶୀ ମୁଦ୍ରା ଭଣ୍ଡାରରେ ଥିବା ବିଦେଶୀ ସମ୍ପତ୍ତି ତଥା ୟୁରୋ, ପାଉଣ୍ଡ, ୟୁନୋ ଭଳି ଅଣ ଆମେରିକୀୟ ମୁଦ୍ରା ମୂଲ୍ୟ ବୃଦ୍ଧି ଓ ହ୍ରାସ ଏହା ଉପରେ ପ୍ରଭାବ ପକାଇଥାଏ । ସେହିପରି ଗତ ସପ୍ତାହରେ ସ୍ବର୍ଣ୍ଣ ଭଣ୍ଡାର ୨୭୯ କୋଟି ଡଲାରରୁ ହ୍ରାସ ପାଇ ୪୫.୨୦ ଆରବ ଡଲାର ହୋଇଥିଲା ।
ଆରବିଆଇ ରିପୋର୍ଟ ଅନୁଯାୟୀ, ସମୀକ୍ଷା ସପ୍ତାହରେ ଏସଡିଆର୍ ୨୭କୋଟି ଡଲାର ହ୍ରାସ ପାଇ ୧୮.୩୯୨ ଆରବ ଡଲାରରେ ରହିଛି । ସେହିପରି ଆଇଏମଏଫରେ ଦେଶ ମୁଦ୍ରା ଭଣ୍ଡାର ୧୪ କୋଟି ଡଲାର ବୃଦ୍ଧି ପାଇ ୫.୧୬୫ ଆରବ ଡଲାରରେ ପହଞ୍ଚିଛି ।