ଭାରତୀୟ ଷ୍ଟ୍ରେନ ବି-୧୬୧୭ ବିପଦପୂର୍ଣ୍ଣ : ହୁ

Maria D Van Kerkhove, World Health Organization (WHO) Head AI Emerging Diseases and Zoonoses Units, speaks during a press conference following an emergency committee over the new SARS-like virus spreading in China and other nations, in Geneva on January 22, 2020. - The coronavirus has sparked alarm because of its similarity to the outbreak of SARS (Severe Acute Respiratory Syndrome) that killed nearly 650 people across mainland China and Hong Kong in 2002-03. (Photo by PIERRE ALBOUY / AFP) (Photo by PIERRE ALBOUY/AFP via Getty Images)
ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କରୋନା ଭାଇରସ ମହାମାରୀର ଭାରତୀୟ ଷ୍ଟେନ୍ ବି-୧୬୧୭କୁ ଭେରିଆଣ୍ଟ ଅଫ କଂସର୍ନ ବୋଲି ମନେ କରିଛି । ସଂଗଠନକୁ ନୂତନ ଷ୍ଟ୍ରେନକୁ ବିପଦପୂର୍ଣ୍ଣ ଦର୍ଶାଇଛି । ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛି ଯେ, ଏହାକୁ ଭେରିଆଣ୍ଟ ଅଫ କଂସର୍ନ କୁହାଯିବାର ଅର୍ଥ ହେଲା, ଏହା ଖୁବ ଦ୍ରୁତ ଗତିରେ ବ୍ୟାପୁଛି । ଏହି ଭାରିଆଣ୍ଟ ଉପରେ ଟିକା କେତେ ପରିମାଣରେ କାମ କରୁଛି, ଏହା ଜାଣିବାକୁ ଏବେ ଆହୁରି ଗବେଷଣା କରାଯିବାର ଆବଶ୍ୟକତା ରହିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଭାରତ ସରକାରଙ୍କ ସହିତ ଆହୁରି ଅନେକ ଦେଶ ଏବଂ ନିଜେ ଏହି ଭାରିଆଣ୍ଟ ନେଇ ଗବେଷଣା କରୁଛି । ଏହାରି ଉପରେ ଅଧିକ ତଥ୍ୟ ଆସିବାର ବାକି ଅଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ କୋଭିଡ-୧୯ ବୈଷୟିକ ଦଳର ସଦସ୍ୟ ଡ. ମାରିୟା ଭ୍ୟାନ କେରଖୋବ କହିଛନ୍ତି ଯେ, ସର୍ବପ୍ରଥମେ ଭାରତରେ ସାମ୍ନାକୁ ଆସିଥିବା ସ୍ୱରୂପ ବି-୧୬୧୭କୁ ପ୍ରଥମେ ଡବ୍ଲ୍ୟୁଏଚଓ ଦ୍ୱାରା ନଜର ସ୍ୱରୂପ ଶ୍ରେଣୀରେ ରଖାଯାଇଛି । ଡା ମାରିୟା କହିଛନ୍ତି ଯେ, ଭାଇରସର ଏହି ସ୍ୱରୂପକୁ ନେଇ ଡବ୍ଲ୍ୟୁଏଚଓର ବିଭିନ୍ନ ଦଳର ମଧ୍ୟରେ ଚଚ୍ଚା ଜାରି ରହିଛି ।