ପରଲୋକରେ ତାମିଲ ଅଭିନେତା ବିବେକ
ଚେନ୍ନାଇ : ସିନେ ଜଗତରେ ଦୁଃଖଦ ଖବର । ପରଲୋକରେ ତାମିଲ ଅଭିନେତା ବିବେକ। ୫୯ ବର୍ଷ ବୟସରେ ଚେନ୍ନାଇର ଏକ ହସ୍ପିଟଲରେ ଶନିବାର ଭୋର ୪.୩୦ରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁ ରେ ଓ୍ୱାର୍ଡରେ ସ୍ନତନ୍ତ୍ର ଟ୍ରିଟମେଣ୍ଟ କରାଯାଉଥିଲା । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଥିଲେ। ତାଙ୍କୁ ବିଶେଷ କରି ଫିଲ୍ମରେ କେମଡି ଚରିତ୍ରରେ ଦେଖିବାକୁ ମିଳେ। ସେ ୧୯୮୦ ଦଶକରେ ବାଲାଚନ୍ଦରଙ୍କ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ହିଟ ତାମିଲ ଫିଲ୍ମରେ କାମ କରିଛନ୍ତି। ରନ୍, ପାର୍ଥିବାନ କନଭୁ, ଅନ୍ନିୟନ, ଶିବାଜି ଭଳି ଫିଲ୍ମରେ କାମ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ସୂଚନା ଯେ, ୧୫ ଏପ୍ରିଲରେ ସେ ସରକାରୀ ହସ୍ପିଟାଲରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ । ତେବେ ଟିକା ନେବା ପରେ ତାଙ୍କୁ ହାର୍ଟ ଆଟାକ୍ ହୋଇଥିଲା । ଟିକା ନେବା ପୂର୍ବରୁ ବିବେକ କହିଥିଲେ କୋବିଡ ଭ୍ୟାକସିନ୍ ସମସ୍ତଙ୍କ ପାଇଁ ନିରାପଦ । ଟିକା ନେବା ନିହାତି ଜରୁରୀ । ସେଥିପାଇଁ ସେ ତାଙ୍କର ଏକ ବନ୍ଧୁ ସହ ଯାଇ ସରକାରୀ ହସ୍ପିଟାଲରେ ଟିକା ନେଇଥିଲେ। ତାମିଲ ସିନେମାରେ କାମ କରିବା ସହ ସେ କମେଡିଆନ୍ ଭାବେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ । ରଜନୀକାନ୍ତ, କମଲ ହାସନଙ୍କ ସମେତ ଅନେକ ନାମୀଦାମୀ କଳାକାରଙ୍କ ସହ ଅଭିନୟ କରିଛନ୍ତି । କେବଳ ସେତିକି ନୁହେଁ ରଜନୀକାନ୍ତଙ୍କ ସହ ଶିବାଜୀ ଚଳଚିତ୍ରରେ ମଧ୍ୟ ଅଭିନୟ କରି ବେଶ୍ ସଫଳତା ସାଉଁଟିଛନ୍ତି । ତାଙ୍କ ମୃତ୍ୟୁ ପରେ ଟଲିଉଡ ଓ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।