ନୂଆପଡ଼ାରେ ପୁଣି ବାଘ ଆତଙ୍କ, ବାଛୁରୀ ମାରି ଖାଇଲା
ନୂଆପଡ଼ା : କିଛି ଦିନର ନିରବତା ପରେ ପୁଣି ନୂଆପଡ଼ାରେ ବାଘ ଆତଙ୍କ । ଏକ ବାଛୁରୀ ମାରି ଖାଇଲା ବାଘ । ନୂଆପଡ଼ା ରେଞ୍ଜର ମୁସରୀଙ୍ଗ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ପାବରତୋଲା ଗାଁରେ ଏକ ବାଛୁରୀକୁ ଟାଣି ନେଇ ଖାଇ ଦେଇଥିବା ଅଭିଯୋଗ ହୋଇଛି ।
ମଙ୍ଗଳବାର ସକାଳେ ଗ୍ରାମବାସୀ ମୃତ ବାଛୁରୀକୁ ଦେଖିବାକୁ ପାଇଥିଲେ । ଚିଟିରାମ ସତନାମୀଙ୍କ ଗୁହାଳରୁ ଏହି ବାଛୁରୀକୁ ବାଘ ଟାଣିନେଇ ଗୁହାଳ ପାଖରେ ମାରି ଖାଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଯେ, ଗତ କିଛି ଦିନ ହେଲା ପାଓର ତୋଲା ଓ ମହୁଲ ଭଟ୍ଟା ଗାଁରେ ବାଘ ଗାଈ ବାଛୁରୀକୁ ଶିକାର କରୁଛି। କଲରାପତରିଆ ବାଘ ଶିକାର କରିଥିବା ସ୍ପଷ୍ଟ ହୋଇଛି । ବାଘର ଫଟୋ ମଧ୍ୟ ସାମ୍ନାକୁ ଆସିସାରିଛି ।