୨୦୨୨ରେ ଏସଟିଏଫ ୭୫ଟି ମାମଲାରେ ମୋଟ୍ ୧୩୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି

ଭୁବନେଶ୍ୱର : ୨୦୨୨ରେ ଏସଟିଏଫ ୭୫ଟି ମାମଲାରେ ମୋଟ୍ ୧୩୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନଙ୍କ ଭିତରେ ଅନ୍ୟ ୮ ରାଜ୍ୟର ଅପରାଧୀ ମଧ୍ୟ ରହିଛନ୍ତି । ଏସଟିଏଫ ଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଅବଧିରେ ୨୨ କୋଟିର ବ୍ରାଉନସୁଗାର, ୨୫୨୪ କେଜି ଗଞ୍ଜେଇ , ୨୦୨ ଗ୍ରାମ୍ କୋକେନ, ୫୧୭ ଗ୍ରାମ ଅଫିମ ଏବଂ ୬୫ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଏହି ମାମଲାରେ ୧୩ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜ୍ୟାପ୍ତି କରାଯିବା ସହିତ ଜବତ ୨୩ କୋଟିର ବ୍ରାଉନସୁଗାର ନଷ୍ଟ ହୋଇଛି । ଠିକ୍ ସେହିପରି ୫୫ କଣ୍ଟାଲ ଗଞ୍ଜେଇ ନଷ୍ଟ କରାଯାଇଛି । ସେହିଭଳି ବନ୍ୟ ପ୍ରାଣୀ ଅପରାଧରେ ଏସଟିଏଫରେ ୩୧ଟି ମାମଲା ହୋଇଛି । ଏଥିରେ ୧୪ଟି କଲରା ପତରିଆ ବାଘ, ଗୋଟିଏ ମହାବଳ ବାଘ, ୯ଟି ବଜ୍ରକାପ୍ତା, ୨୨ କେଜି ବଜ୍ରକାପ୍ତା କାତି, ୧୪ଟି ହାତୀଦାନ୍ତୱ ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି । ସେହିପରି ଜାଲ ନୋଟ ମାମଲାରେ ୪୭ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି ।