କରୋନାରେ ମୃତ୍ୟୁ ହେଲେ ମିଳିବ ସହାୟତା ରାଶି : କେଜରିଓ୍ୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ବଡ ଘୋଷଣା । ଯେଉଁମାନଙ୍କ କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ୫୦ ହଜାରର ସହାୟତା ରାଶି ପ୍ରଦାନ କରିବେ ଦିଲ୍ଲୀ ସରକାର । ଆର୍ଥିକ ସହାୟତା ଘୋଷଣା କରି ସେ କହିଛନ୍ତି ଯେଉଁମାନେ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କ ଘରକୁ ସରକାରଙ୍କ ତରଫରୁ କର୍ମଚାରୀ ଯିବେ ଏବଂ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରିବେ ।
ଏହି ଅବସରରେ କେଜରୀ ଆଉ ୨ଟି ବଡ ଘୋଷଣା କରିଛନ୍ତି । ଯେଉମାନେ ଅନାଥ ଅର୍ଥାତ ବାପା ମାଆ ଛେଉଣ୍ଡ ହୋଇଯାଇଛନ୍ତି ତାଙ୍କୁ ୨୫ ବର୍ଷ ହେବା ଯାଏଁ ପ୍ରତିମାସରେ ସରକାର ୨୫୦୦ ହଜାର ଲେଖାଏଁ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନାରେ ଯେଉଁମାନେ ଟଙ୍କା ରୋଜଗାର କରି ନିଜ ପରିବାର ଚଳାଉଥିଲେ ସେମାନଙ୍କୁ ମଧ୍ୟ ପ୍ରତି ମାସରେ କିଛି ପରିମାଣ ସହାୟତା ଦିଆଯିବ । ତେବେ ଏଭଳି ଲୋକଙ୍କ ପରିବାରକୁ କେତେ ରାଶି ଦିଆଯିବ ବୋଲି ସେ ସ୍ପଷ୍ଟ କରିନାହାଁନ୍ତି । ଏହି ଘୋଷଣା କରିବାବେଳେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ କାଗଜପତ୍ର ଯାଞ୍ଚ କରିବାକୁ ଯିବେ ସେମାନେ କାଗଜପତ୍ରରେ କୌଣସି ମାର୍କ ରଖିବା ଉଚିତ ନୁହେଁ । କାରଣ କରୋନା ମୃତ୍ୟୁ ହେତୁ ସମ୍ପର୍କୀୟମାନେ ପୂର୍ବରୁ ଦୁଃଖିତ ଅଛନ୍ତି । ଏପରି ସମୟରେ କାଗଜପତ୍ରରେ ଟିପ୍ସ ବାହାର କରି ସେମାନଙ୍କୁ ଅଧିକ ବିବ୍ରତ କରାଯିବା ଉଚିତ୍ ନୁହେଁ ।