ସ୍ତ୍ରୀକୁ ପିଟିପିଟି ହତ୍ୟା, ସ୍ୱାମୀ ଗିରଫ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧିନସ୍ଥ ସତ୍ୟପାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ ।
ସୂଚନା ଯେ, ସତ୍ୟପାଳ ଗ୍ରାମର ଗ୍ରାମରକ୍ଷୀ(ଚଉକିଆ) ଭାବେ ବିମ୍ବାଧର ପାତ୍ର କାର୍ଯ୍ୟ କରନ୍ତି । ଶନିବାର ରାତିରେ ଉଭୟ ସ୍ୱାମୀସ୍ତ୍ରୀ ରାତି ଖାଇସାରି ଶୋଇଥିଲେ | ପରେ ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାଫଳରେ ରାତିର. ବିମ୍ବାଧର ତାଙ୍କ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲେ । ସକାଳୁ ପଡୋଶୀ ଲୋକ ଦୁଃଖି ପାତ୍ରଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହରିଚନ୍ଦନପୁର ପୋଲିସ ଅଭିଯୁକ୍ତ ବିମ୍ବାଧରକୁ ଗିରଫ କରିବା ସହିତ ସମ୍ପୁର୍ଣ୍ଣ ଘଟଣାର ତଦନ୍ତ ଚଳାଇଛି ।