ବିଜେପିରେ ସାମିଲ ହେଲେ ବୀରପୁରୁଷତମ ପଂଚାୟତର ଶତାଧିକ ବିଜେଡି କର୍ମୀ
ପିପିଲି-ଡେଲାଙ୍ଗ/ଭୁବନେଶ୍ୱର : ପିପିଲି ନିର୍ବାଚନମଣ୍ଡଳୀ ବୀରପୁରୁଷତମପୁର ଗ୍ରାମପଂଚାୟତର ଶତାଧିକ ବିଜେଡି କର୍ମୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ ଓ ସମର୍ଥନ ଜଣାଇ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି । ବୀରପୁରୁଷତମପୁର ପଂଚାୟତର ପୂର୍ବତନ ୱାର୍ଡ ମେମ୍ବର ଧନ ବେହେରା, ପାନ ବେହେରା, ଗୀତାଞ୍ଜଳି ନାୟକ, ମଂଚ ସଭାନେତ୍ରୀ ମଂଜୁଳା ସେଠୀ, ସୁଭଦ୍ରା ବେହେରା, ସୁକାନ୍ତି ମହାନ୍ତି, ବାସନ୍ତୀ ଜେନା, ମାନିନୀ ବେହେରା, କୁସୁମ ବେହେରା, ମଂଜୁ ସେଠୀ, ରାଧା ବେହେରା, ଅନୁପମା ମହାନ୍ତିଙ୍କ ସମେତ ନାରୀ ନେତ୍ରୀ ଓ ଶତାଧିକ ସ୍ୱଂୟ ସହାୟିକା ମହିଳା ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ହରିଚନ୍ଦନ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଅନ୍ୟପଟେ ଫନି ବାତ୍ୟା କ୍ଷତିପୂରଣ ଟଙ୍କା ମହିଳାଙ୍କୁ ନମିଳିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ବ୍ୟକ୍ତିଙ୍କୁ ଘର ନମିଳିବାରୁ କ୍ଷୋଭ ପ୍ରକାଶ କରି ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ଯୋଗ ଦେଇଥିବା ମହିଳାମାନେ କହିଛନ୍ତି । ପିପିଲିରେ ବିଜେଡିର ଦୁର୍ନୀତି ଏବଂ ବିଜେପିର ବିକାଶ ଧାରାରେ ସାମିଲ ହେବା ପାଇଁ ପିପିଲି–ଡେଲାଙ୍ଗ ବାସୀ ମନବଳାଇଛନ୍ତି । ଆଗାମୀ ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଭୋଟ ଦେଇ ପିପିଲିର ବିକାଶରେ ନିଜକୁ ସାମିଲ କରିବା ପାଇଁ ଶ୍ରୀ ହରିଚନ୍ଦନ ପିପିଲିବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବିଜେପି ନେତା ନିରଜଂନ ମିଶ୍ର, ଆଲୋକ ସେଠୀ, ଯାଜ୍ଞସେନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।