ହିମାଚଳ ପ୍ରଦେଶର ଭୂସ୍ଖଳନ : ପାହାଡ ଭାଙ୍ଗି ରାସ୍ତା ଉପରେ ପଡିଲା ପଥର ଖଣ୍ଡ, ଫସି ରହିଛନ୍ତି ଶତାଧିକ ଲୋକ

ଶିମଲା : ହିମାଚଳ ପ୍ରଦେଶର ସିରମୋରରେ ଭୂସ୍ଖଳନ । ଲଗାଣ ବର୍ଷା ପରେ ଭୂସ୍ଖଳନ ହେତୁ ପାହାଡ ଫାଟି ଏବଂ ପଥରଗୁଡିକ ଖଣ୍ଡ ଖଣ୍ଡ ହୋଇ ରାସ୍ତା ଉପରେ ପଡ଼ିବାକୁ ଲାଗିଲା। ଫଳରେ ବରୱାସ ନିକଟରେ ପୋଣ୍ଟାନା ସାହିବକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୭୦୭ ରେ ଯାତାୟାତ ବନ୍ଦ କରାଯାଇଛି। ଶହ ଶହ ଲୋକ ରାସ୍ତାରେ ଫସି ଯାଇଛନ୍ତି ଏବଂ ଅନେକ ଘଣ୍ଟା ଧରି ରାସ୍ତା ଜାମ୍ ରହିଛି । ଭୂସ୍ଖଳନ ହେତୁ ଅନେକ ଲୋକ ଦୌଡ଼ି ପଳାଇ ନିଜ ଜୀବନ ରକ୍ଷା କରିଛନ୍ତି।
#WATCH | Himachal Pradesh: National Highway 707 blocked near Barwas due to landslide in Sirmaur District's Kamrau tehsil
— ANI (@ANI) July 30, 2021
(Video source: State Disaster Management Authority) pic.twitter.com/y4e6wovHYW
ଆଇଏମଡି ଅନୁଯାୟୀ ଅଗଷ୍ଟ ୧ ପର୍ଯ୍ୟନ୍ତ ଦେଶର ପୂର୍ବ, ପଶ୍ଚିମ ଏବଂ ମଧ୍ୟ ଭାଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଶୁକ୍ରବାର ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ, ଛତିଶଗଡ ଏବଂ ଝାରଖଣ୍ଡ ସମେତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷାକୁ ନେଇ ରେଡ ଆଲର୍ଟ ଜାରି କରାଯାଇଛି। ଆଜି ଜାମ୍ମୁ କାଶ୍ମୀରରେ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶର ୧୫ ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ଆଇଏମଡି ପୂର୍ବାନୁମାନ କରିଛି। ଏହି ଜିଲ୍ଲାଗୁଡ଼ିକରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏଥିମଧ୍ୟରେ ଶୋପୁର, ମୋରେନା, ଟିକାମଗଡ, ଛତ୍ରପୁର, ସାଗର, ଡାଟିଆ, ଶିବପୁରୀ, ଅନୁପପୁର, ଡିନ୍ଦୋରୀ, ନେମୁଚ, ମାଣ୍ଡସାଉର, ରତ୍ଲାମ, ବାଲାଘାଟ ଏବଂ ମଣ୍ଡଳ ଅନ୍ତର୍ଭୁକ୍ତ। ଏହି ଜିଲ୍ଲାଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ବର୍ଷା ପୂର୍ବାନୁମାନ କରିଛି ଆଇଏମଡି। ଶୁକ୍ରବାର ଦିନ ଡେରାଡୁନ, ତେହେରୀ, ହରିଦ୍ୱାର, ନୈନିତାଲ, ବାଗେଶ୍ୱର ଏବଂ ପିଥୋରାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏକ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ରାଜସ୍ଥାନର ନାଗୌର, ସିକର ଏବଂ ଭରତପୁର ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ଆଜି ଏଠାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଝୁଞ୍ଜୁନୁ, ଜୟପୁର, ଟୋଙ୍କ, ଭିଲୱାରା, କୋଟା, ବାରା ଏବଂ ଚୁରୁରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ପାଇଁ ଆଇଏମଡି ଏକ ଅରେଞ୍ଜ ଆଲର୍ଟ ଜାରି କରିଛି।