ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ଚୂଡାନ୍ତ ଚାର୍ଜଦିଟ୍ ଦାଖଲ କଲା ସିବିଆଇ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇ ଚୂଡାନ୍ତ ଚାର୍ଜଦିଟ୍ ଦାଖଲ କରିଛି । ୨୨ ବର୍ଷ ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡିବା ପରେ ଏହି ଘଟଣା ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ଏହାପରେ ଘଟଣାର ପୁରା ତଦନ୍ତ ସିବିଆଇ କରୁଥିଲା ଯାହାର ଚାର୍ଜସିଟ୍ ଆଜି ସିବିଆଇ ଦାଖଲ କରିଛି । ଚାର୍ଜସିଟ୍ ରେ ପୁରା ଘଟଣାକ୍ରମ ଉଲ୍ଲେଖ କରାଯିବା ସହିତ ଘଟଣାରେ କେଉର୍ମାନେ ସମ୍ପୃକ୍ତ ଥିଲେ ତାହା ମଧ୍ୟ ଉଲ୍ଲେକ କରାଯାଇଛି ବୋଲି ସୂଚନା ମିଳିଛି । ବିବନ ଗିରଫ ହେବା ପରେ କୋଲିସ୍ ମୁକ୍ୟ ଅଭିଯୁକ୍ତର ବୟାନ୍ ରେକର୍ଡ କରିବା ସହିତ ପୁଣି ଥରେ ଘଟଣାସ୍ଥଳକୁ ନେଇ ୨୨ ବର୍ଷ ତଳର ସିନ୍ ରିକ୍ରିଏସ୍ ମଧ୍ୟ କରାଇଥିଲା ଯାହା ଏକ ବଡ଼ ପ୍ରମାଣ ଭାବରେ ଏହି ଚାଜ୍ର୍ସିଟ୍ ରେ ଉଲ୍ଲେଖ କରାଯାଇଥାଇ ପାରେ ବୋଳି ଅନୁମାନ କରାଯାଉଛି ।
୧୯୯୯ ମସିହାରେ ଅଞ୍ଜନ ଗଣଦୁଷ୍କର୍ମ ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ସେତେବେଳେ ପୁଲିସ ଦୁଇ ଜଣ ଅଭିଯୁକ୍ତ ଧୀରେନ୍ଦ୍ର ମହାନ୍ତି ଓ ପଦିଆ ସାହୁଙ୍କୁ ଗିରଫ କରିବା ପରେ ଚାର୍ଜସିଟ୍ ଦାଖଲ ହୋଇଥିଲା ତେବେ ଅନ୍ୟତମ ଅଭିଯୁକ୍ତ ବିବନ ଫେରାର ଥିବା ଦର୍ଶାଯାଇଥିଲା। ୨୨ ବର୍ଷ ପରେ ବିବନ ପୁଲିସ ହାତରେ ଧରାପଡ଼ିଥିଲା। ଜାଲ୍ ପରିଚୟପତ୍ର ତିଆରି କରି ପୁଣେ-ଲୋନାଓ୍ଵାଲା ରାସ୍ତାର ଆମ୍ବିଭ୍ୟାଲିରେ ପାଣି ପାଇପ ମିସ୍ତ୍ରି ଭାବେ କାମ କରିବା, ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଘରକୁ ଟଙ୍କା ପଠାଇବା, ପରିବାର ଲୋକ ଜାଲ୍ ମୃତ୍ୟୁ ପ୍ରମାଣପତ୍ର ଆବେଦନ କରିବା, ଘରକୁ ଯିବା ଆସିବା କରିବାର ଟ୍ରେନ ଟିକଟ, ପରିବାର ଲୋକଙ୍କ ସହ ମୋବାଇଲ ଫୋନରେ କଥାବାର୍ତ୍ତା ହେବାର ସିଡିଆର(କଲ୍ ଡିଟେଲ୍ସ ରିପୋର୍ଟ) ଆଦି ଦସ୍ତାବିଜ୍ ଭାବେ ଦାଖଲ କରାଯାଇଥିବା ଜଣାପଡ଼ିଛି। ଏହି ଗଣଦୁଷ୍କର୍ମ ମାମଲାରେ ବାରଙ୍ଗ ଥାନା ପୁଲିସ ପ୍ରଥମେ ଦୁଇ ଅଭିଯୁକ୍ତ ଧୀରେନ୍ଦ୍ର ମହାନ୍ତି ଓ ପଦିଆ ସାହୁକୁ ଗିରଫ କରିଥିଲା। ପରେ ସିବିଆଇକୁ ତଦନ୍ତଭାର ଯାଇଥିଲା। ପ୍ରଥମ ଦଫାର ଚାର୍ଜସିଟ ଦାଖଲ ପରେ ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୨୦ ଫେବ୍ରୁଆରିରେ ଝାରପଡ଼ା ଜେଲରେ ବନ୍ଦୀ ଜୀବନ ବିତାଉଥିବା ପଦିଆ ସାହୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ବିବନର ମୃତ୍ୟୁ ହୋଇ ଯାଇଥିବା ଦର୍ଶାଇ ପରିବାର ଲୋକ ଏକାଧିକ ଥର ମୃତ୍ୟୁ ପ୍ରମାଣପତ୍ର ଆବେଦନ କରିଥିଲେ। ଏହା ପରେ ବିବନ ଜୀବିତ ଥିବା ନେଇ ପୁଲିସର ସନ୍ଦେହ ବଢ଼ିଥିଲା। ତତ୍କାଳୀନ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆରମ୍ଭ ହୋଇଥିଲା ଅପରେସନ୍ ‘ସାଇଲେଣ୍ଟ ଭାଇପର’। ପୁନେ-ଲୋନାଓ୍ଵାଲା ରାସ୍ତାର ଆମ୍ବିଭ୍ୟାଲିରେ ବିବନ ଏକ କମ୍ପାନିରେ ନିଜ ନାଁ ବଦଳାଇ ଜଳନ୍ଧର ସ୍ବାଇଁ ନାମରେ କରୁଥିବା ବେଳେ ଗତ ଫେବ୍ରୁଆରି ୨୦ ତାରିଖରେ ତାକୁ ଗିରଫ କରାଯାଇଥିଲା।