କାଳବୈଶାଖୀ ଜନିତ ବଜ୍ରପାତ, ଏକ ଗୋରୁ ମୃତ
ନୀଳଗିରି : ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତର ୧୨ନଂ. ୱାର୍ଡ଼ ଧରିପୁର ଗ୍ରାମରେ କାଳବୈଶାଖୀ ଜନିତ ବଜ୍ରପାତ । ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ବଜ୍ରପାତ ଯୋଗୁଁ ଠାକରା ମାଝୀଙ୍କ ଏକ ଗୋରୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗୋରୁଟି ଗୁହାଳରେ ବନ୍ଧା ଯାଇଥିବା ବେଳ ଏହି ବଜ୍ରପାତ ହୋଇଥିଲା । ଚାଳ ଘରେ କୌଣସି କ୍ଷତି ଘଟିନଥିବା ବେଳେ ନୀଳଗିରି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ମାତ୍ର ଏହି ବଜ୍ରପାତର ଶବ୍ଦ ଏତେ ଜୋର୍ ଥିଲା ଯେ ଠାକାରା ମାଝୀଙ୍କ ପୁଅ ଅଚେତ୍ ହୋଇଯାଇଥିବା ସୂଚନା ମିଳିଛି ।