ଏମ ଇ ସି ଏଲ ପକ୍ଷରୁ କୋଇଡାରେ ସ୍ୱାସ୍ଥ୍ୟ ଶିବିର
ରାଉରକେଲା : ସୁନ୍ଦରଗଡ ଜିଲ୍ଲା କୋଇଡାରେ ଠାରେ ଭାରତ ସରକାରଙ୍କ ଅଧିସ୍ୱିକୃତ ଏମ ଇ ସି ଏଲ ଖଣି କଂପାନୀ ପକ୍ଷରୁ ସୁନ୍ଦରଗଡ ଜିଲ୍ଲା କୋଇଡାରେ ଏକ ସ୍ୱାସ୍ୱ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏନେଇ କଂପାନୀ ପକ୍ଷରୁ କୁହାଯାଇଛି ଯେ,ଫେବୃଆରୀ ମାସ ଶେଷ ସପ୍ତାହରେ କୋଇଡାର ୩ଟି ମଫସଲ ଓ ପାହାଡିଆ ଅଂଚଳରେ ଏହି ସ୍ୱାସ୍ଥ୍ୟ ଶିବିର କରାଯାଇଥିଲା ।ପାଟମୁଣ୍ଡା ସ୍ଥିତ କଦମଡିହୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଏହି ଶିବିର କୁ ପ୍ରଥମେ ଏମଇସିଏଲ ର ପ୍ରକଳ୍ପ ପରିଚାଳକ ମୋତିଶ କୁମାର ପ୍ରଦୀପ ପ୍ରଜ୍ୱଳନ କରି ଏଦଘାଟନ କରିଥିଲେ ।ଏଥିରେ ଅନ୍ୟ ମାନଙ୍କ ଭିତରେ ପ୍ରକଳ୍ପ ପରିଚାଳକ ସୁରେଶ କୁମାର,ସିଏମଓ ଯୋଡା ଯୋଗଦାନ କରିଥିଲେ ।ସେ ଅଂଚଳର କଦମଡିହି,କାଦଳିଆ,ପିଢାପୋଖରୀ, କିରିଆକୁଦର,ମିଥିରିଡା,କାଦଳିଆ ସମେତ ୧୨ଟି ଗ୍ରାମର ୩୦୦ରୁ ଅଧିକ ରୋଗୀ ନିଜ ନିଜର ଶରୀର କୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କରି ମେଡିସିନ ନେଇଥିଲେ । ଏହାଛଡା ମ୍ୟାଲେରିଆ ପରୀକ୍ଷା କିଟ ,ମାସ୍କ ,ସାନିଟାଇଜର ଓ ମହିଳା ମାନଙ୍କ ଲାଗି ବିଭିନ ଡାକ୍ତରୀ ଜିନିଷ ସମେତ ୧ଲକ୍ଷ ଟଙ୍କାର ବିଭିନ୍ନ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ବଂଟନ କରାଯାଇଥିଲା । ଏହି ଭଳି ପ୍ରତି ବର୍ଷ କଂପାନୀ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ମାନ ଆୟୋଜନ କରାଯାଇ ଆସୁଛି ବୋଲି କୁହାଯାଇଛି ।