ସ୍ବାସ୍ଥ୍ୟ ପାଇଁ ଉପକାରୀ କରମଙ୍ଗା, ଜାଣନ୍ତୁ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ
ସ୍ବାସ୍ଥ୍ୟ ପାଇଁ ଉପକାରୀ କରମଙ୍ଗା । କରମଙ୍ଗାର ଖଟାମିଠା ସ୍ବାଦ ପାଟିକୁ ସୁଆଦିଆ ଲାଗିଥାଏ। ସେହିପରି ଏଥିରେ ଅନେକ ଔଷଧିୟ ଗୁଣ ଭରି ରହିଛି । ଏଥିରେ ଭିଟାମିନ ବି, ସି, ସୋଡିୟମ, ପୋଟାସିୟମ, ଆଇରନ, ଫାଇବର, ଆଣ୍ଟି-ଅକ୍ସିଡାଣ୍ଟ ଆଦି ଗୁଣ ଭରପୁର ରହିଥାଏ । ତେବେ ଆସନ୍ତୁ ଜାଣିବା କରମଙ୍ଗା ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ।
କରମଙ୍ଗା ଖାଇବା ଦ୍ୱାରା ଇମ୍ୟୁନିଟିକୁ ମଜବୁତ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।
ଭୋକ ଲାଗୁ ନଥିଲେ ସକାଳୁ ଉଠି କରମଙ୍ଗା ରସରେ ଚିନି ମିଶାଇ ପିଇବା ଦ୍ୱାରା ଭୋକ ବଢ଼ିଥାଏ।
କରମଙ୍ଗା ରସ ମିଶାଇ କେଶମୂଳରେ ଲଗାଇ ଅଧଘଣ୍ଟା ପରେ ଧୋଇଦିଅନ୍ତୁ। ଦେଖିବେ ରୂପି ସମସ୍ୟା ଦୂର ହୋଇଯିବ ।
କରମଙ୍ଗା ଖାଇବା ଦ୍ୱାରା ପେଟରେ ହେଉଥିବା କୃମି ସମସ୍ୟାରୁ ମୁକ୍ତି ଦେଇଥାଏ।
ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ କରମଙ୍ଗା ।
କାଛୁ କୁଣ୍ଡିଆ ହେଉଥିଲେ କରମଙ୍ଗା ଖାଇବା ଦ୍ୱାରା ଏହି ସମସ୍ୟା କିଛିଟା ପରିମାଣରେ ଦୂରେଇ ଥାଏ।
ରକ୍ତହୀନତାର ଶିକାର ହେଉଥିଲେ, ଏଥିପାଇଁ କରମଙ୍ଗା ବହୁତ୍ ଉପକାରୀ । ଏହା ସେବନ କରିବା ଦ୍ବାରା, ଶରୀରରେ ଆଇରନ ଅଭାବ ଦୂର ହୋଇଥାଏ ।
ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ନିଜ ଡାଏଟରେ କରମଙ୍ଗା ସାମିଲ କରି ପାରିବେ । ଏଥିରେ କ୍ୟାଲୋରୀ କମ୍ ରହିଥାଏ । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
ଆଣ୍ଠୁଗଣ୍ଠି ଜନିତ ସମସ୍ୟାରୁ ରକ୍ଷା କରିବାରେ ବେଶ ସହାୟକ ହୁଏ କରମଙ୍ଗା । ଏହି ସମସ୍ୟାର ସମ୍ମୁଖୀନ କରୁଥିଲେ, କରମଙ୍ଗା ସେବନ କରି ପାରିବେ ।