ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଟୁଇଟର ଆକାଉଣ୍ଟ ହ୍ୟାକ୍
ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଟ୍ବିଟର ଆକାଉଣ୍ଟ ହ୍ୟାକ୍ । ହ୍ୟାକର ମନ୍ତ୍ରାଳୟର ଆକାଉଣ୍ଟ ହ୍ୟାକ୍ କରି ଏଲନ ମସ୍କଙ୍କ ନାମ ସହିତ ମାଛର ପ୍ରୋଫାଇଲ ଫଟୋ ଲଗାଇଥିଲେ ଏବଂ ଗ୍ରେଟ୍ ଜବ୍ ବୋଲି ଟ୍ବିଟ୍ କରିବା ଆରମ୍ଭ କରିଥିଲେ। ଏପରିକି ହ୍ୟାକର ଦ୍ବାରା କିଛି କ୍ଷତିକାରଣ ଲିଙ୍କ ମଧ୍ୟ ପୋଷ୍ଟ କରାଯାଇଥିଲା। ତେବେ କିଛି ସମୟ ପରେ ମନ୍ତ୍ରାଳୟ ଆକାଉଣ୍ଟ ଉପରେ ନିୟନ୍ତ୍ରଣ ଫେରି ପାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ ପ୍ରୋଫାଇଲ ଫଟୋକୁ ପୁନଃସ୍ଥାପିତ କରାଯିବ ସହ ହ୍ୟାକର ଦ୍ବାରା ପୋଷ୍ଟ କରାଯାଇଥିବା ଟ୍ବିଟ୍ ସବୁ ଡିଲିଟ୍ କରାଯାଇଥିଲା।
ସୂଚନା ଯେ, ଗତ ଡିସେମ୍ବର ୧୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟର ହ୍ୟାଣ୍ଡେଲକୁ ହ୍ୟାକ୍ ହୋଇଥିଲା ଏବଂ ଭାରତ ସରକାର କ୍ରିପ୍ଟୋକରେନ୍ସିଂ ମାନ୍ୟତା ଦେଇଥିବା ନେଇ ଟ୍ବିଟ୍ କରାଯାଇଥିଲା । ଯଦିଓ ଆକାଉଣ୍ଟକୁ କିଛି କ୍ଷଣ ମଧ୍ୟରେ ସୁରକ୍ଷିତ କରାଯାଇପାରିଥିଲା। ସେହିପରି ଗତବର୍ଷ ଜାନୁୟାରୀ ୩ରେ ମଧ୍ୟ ICWA ଟ୍ବିଟର ଆକାଉଣ୍ଟକୁ ହ୍ୟାକ କରିଥିଲେ ସାଇବର ଅପରାଧି।