ଗୁରୁ ମହାନ୍ତି ଆଉ ନାହାଁନ୍ତି
କଟକ : ଉତ୍କଳ ସମ୍ମିଳନୀର ପୁର୍ବତନ ରାଜ୍ୟ ସଭାପତି ତଥା ଉପଦେଷ୍ଟା ଡ. ଗୁରୁ ପ୍ରସାଦ ମହାନ୍ତି ଆଉ ଆମ ଗହଣରେ ନାହାଁନ୍ତି । ଗତ ରାତିରେ କଟକ ସ୍ଥିତ ଅଶ୍ୱିନୀ ଡାକ୍ତରଖାନାରେ ୮୪ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି । ସେ ଉତ୍କଳ ସମ୍ମିଳନୀର କଟକ ଜିଲ୍ଲା ଶାଖାର ସଭାପତି, ରାଜ୍ୟ ଉତ୍କଳ ସମ୍ମିଳନୀର ପ୍ରଥମେ ଉପ-ସଭାପତି ପରେ ସଭାପତି ଓ ଉପଦେଷ୍ଟା ଭାବେ ବହୁ କାମ କରିଛନ୍ତି । ଯେତେବେଳେ ଉତ୍କଳ ସମ୍ମିଳନୀ ଆର୍ଥୀକ ସଙ୍କଟ ଦେଇ ଗତି କରୁଥିଲା ସେହି ସମୟରେ ସେ ଆମେରିକାରେ ଥିବା ଓଡିଆ ମାନଙ୍କ ଠାରୁ ଉତ୍କଳ ସମ୍ମିଳନୀ ପାଇଁ ଅର୍ଥ ସଂଗ୍ରହ କରିଥିଲେ ଓ ଆମେରିକାରେ ଉତ୍କଳ ସମ୍ମିଳନୀର ଶାଖା ମଧ୍ୟ ଗଠନ କରିଥିଲେ । ତାଙ୍କ ବୀୟୋଗରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହିତ ତାଙ୍କ ଅମର ଆତ୍ମାର ଶାନ୍ତି ପାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ଗୁରୁ ପ୍ରସାଦ ମହାନ୍ତିଙ୍କ ବିୟୋଗରେ ଓଡିଶାର ଏକ ଅପୁରଣୀୟ କ୍ଷତି ହେଲା ବୋଲି ସମ୍ମିଳନୀ ପକ୍ଷରୁ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଦୁଃଖ ପ୍ରକାଶ କରି କହିଛନ୍ତି ।