ଆଜି ଭଦ୍ରକରେ ବିଶାଳ ଶୋଭାଯାତ୍ରା, ପୋଲିସ ପ୍ରଶାସନର ବ୍ୟାପକ ବ୍ୟବସ୍ଥା
ଭଦ୍ରକ : ଆଜି ପବିତ୍ର ରାମ ନବମୀ । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲାରେ ଆୟୋଜିତ ହେବ ବିଶାଳ ଶୋଭଯାତ୍ରା । ଭଦ୍ରକ ସହରର ନେହେରୁ ଷ୍ଟାଡିୟମରୁ ଏହି ଶୋଭଯାତ୍ରା ଅପରାହ୍ନରେ ବାହାରି ସହର ମଧ୍ୟ ଦେଇ ୧୨ କିଲୋମିଟର ପରିକ୍ରମା କରିବ । ଏହି ଶୋଭଯାତ୍ରାରେ ୧୦୦ରୁ ଅଧିକ ମେଢ଼ ଯୋଗଦେବେ।
ଏନେଇ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଶୋଭାଯାତ୍ରାରେ ଆଇଜି, ଏସପି, ୨ ଜଣ ଏଏସପି, ୧୨ ଜଣ ଡିଏସପି, ୨୫ଜଣ ଇନ୍ସପେକ୍ଟର, ୧୦୦ରୁ ଅଧିକ ଏଏସଆଇ ଓ ୩୫ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । ସହରରେ ବିଭିନ୍ନ ସ୍ଥାନରେ ୭୬ରୁ ଅଧିକ ସିସିଟିଭିର ଵ୍ୟବସ୍ଥା ହୋଇଛି । ନଗର ସଂକୀର୍ତ୍ତନ ସମୟରେ ପୋଲିସ ପକ୍ଷରୁ ୮ଟି ଡ୍ରୋନ କ୍ୟାମେରା ସହ କଣ୍ଟ୍ରୋଲ ରୁମରୁ ପୋଲିସ ନଜର ରଖିବ। ଶାନ୍ତି ଶୃଙ୍ଖଳା ସହ ରାମନବମୀ ପାଳିବା ପାଇଁ ପୋଲିସ ପକ୍ଷରୁ ଭଦ୍ରକବାସୀଙ୍କୁ ନିବେଦନ କରାଯାଇଛି ।