କୁର୍ତିରେ ପାଆନ୍ତୁ ଷ୍ଟାଇଲିଶ୍ ଲୁକ୍
ଖରାଦିନେ ସମସ୍ତେ ଆରାମଦାୟକ ପୋଷାକ ପିନ୍ଧିବାକୁ ଚାହିଁଥାନ୍ତି । ଯଦି ମହିଳାଙ୍କ କଥା ଉଠେ, ତେବେ ଏଦିନେ ସାଲ୍ୱାର୍ଠୁ ଅଧିକ କୁର୍ତି ପିନ୍ଧିବାକୁ ପସନ୍ଦ କରନ୍ତି । ଏହା ପିନ୍ଧିବାକୁ ବେଶ୍ ସହଜ ଏବଂ ଦେଖିବାକୁ ଷ୍ଟାଇଲିଶ୍ । ଲେଗିନ୍ସ, ଜେଗିନ୍ସ, ପାଲାଜୋ ସହ ଏହାକୁ ପିନ୍ଧିପାରିବେ । ଏଥର ମାର୍କେଟ୍ରେ ବିଭିନ୍ନ ପ୍ରକାରର କୁର୍ତି ଟ୍ରେଣ୍ଡ୍ରେ ରହିଛି ।
ଶର୍ଟ କୁର୍ତି: ଯଦି କିଛି ନିଆରା ଲୁକ୍ ଚାହୁଁଛନ୍ତି, ତେବେ ଖରାଦିନେ ଶର୍ଟ କୁର୍ତି ପିନ୍ଧନ୍ତୁ । ଏହା ଷ୍ଟାଇଲିଶ୍ ସାଙ୍ଗକୁ ସ୍ମାର୍ଟ ଦିଶିବ ।
ଆସିମେଟ୍ରିକ୍ କୁର୍ତି: ଧଳା ରଙ୍ଗର ଆସିମେଟ୍ରିକାଲ୍ ଶର୍ଟ କୁର୍ତିରେ ଏବେ ବିଭିନ୍ନ ଡିଜାଇନ୍ ମନ କିଣିବାରେ ଲାଗିଛି । ଏହି କୁର୍ତିକୁ ଲେଗିନ୍ସ କିମ୍ବା ଜିନ୍ସ ସହ ପିନ୍ଧିପାରିବେ । ଏହା କୁଲ୍ କୁଲ୍ ଲୁକ୍ ଦେଇଥାଏ ଏହା ।
ଲଙ୍ଗ୍ କୁର୍ତି: ବେଶ୍ କିଛିବର୍ଷ ହେବ ଏହି କୁର୍ତି ଟ୍ରେଣ୍ଡ୍ରେ ରହିଛି । ଫର୍ମାଲ୍ଠୁ ନେଇ ଷ୍ଟାଇଲିଶ୍ ପର୍ଯ୍ୟନ୍ତ ଲଙ୍ଗ୍ କୁର୍ତି ଫ୍ୟାଶନ୍ ଦୁନିଆରେ ଚହଳ ସୃଷ୍ଟି କରିଛି । ବିଭିନ୍ନ ଡିଜାଇନ୍ରେ ଏହା ଉପଲବ୍ଧ । ଏହାକୁ ଲେଗିନ୍ସ କିମ୍ବା ପାଲାଜୋ ସହ ପିନ୍ଧିପାରିବେ ।
ଜ୍ୟାକେଟ୍ କୁର୍ତି: ବର୍ତମାନ ସମୟରେ ଜ୍ୟାକେଟ୍ କୁର୍ତିର ବେଶ୍ ଚଳନ ରହିଛି । ଏହା ରୟାଲ୍ ଲୁକ୍ ଦେଇଥାଏ । କଟନ୍, ଜର୍ଜେଟ୍, ଲାଇକ୍ରା ଫ୍ୟାବ୍ରିକ୍ରେ ବି ଏହାକୁ ସିଲେଇ କରି ପିନ୍ଧିପାରିବେ । ଲଙ୍ଗ୍ ସ୍କର୍ଟ ସହ ଜ୍ୟାକେଟ୍ କୁ୍ର୍ତି ବେଶ୍ ଷ୍ଟାଇଲିଶ୍ ଲୁକ୍ ଦେଇଥାଏ ।