ଗଣେଷ ଚତୁର୍ଥୀ ୨୦୨୩ : ଜାଣନ୍ତୁ କେବେ ପଡୁଛି? ସୃଷ୍ଟି ହେଉଛି ମହାସଂଯୋଗ, ୩ ରାଶିର ଲୋକଙ୍କ ଭାଗ୍ୟରେ ସୁନା କଳସ ଢାଳିବେ ଗଜାନନ

ଚଳିତ ବର୍ଷ ଗଣେଷ ପୂଜା ବା ଗଣେଷ ଚତୁର୍ଥୀ ସେପ୍ଚେମ୍ବର ୧୯ ତାରିଖରେ ପଡୁଛି । ହିନ୍ଦୁ କ୍ୟାଲେଣ୍ତରର ଅନୁସାରେ, ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ଗଣେଶ ପୂଜା ପ୍ରତିବର୍ଷ ଭାଦ୍ରବ ଶୁକ୍ଲ ଚତୁର୍ଥୀ ଦିନ ପାଳନ କାରଯାଏ। ଗଣେଷ ପୂଜା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ତେବେ, ଏଥର ଗଣେଷ ପୂଜାରେ ଏକ ମହାସଂଯୋଗ ସୃଷ୍ଟି ହୋଇଛି। ଫଳରେ ଗଣେଷ ପୂଜାରେ କିଛି ରାଶିଙ୍କ ଉପରେ ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ଗଣେଶ କୃପା ବର୍ଷା କରିବେ । ଫଳରେ ୧୨ ଟି ରାଶି ମଧ୍ୟରୁ ୩ ରାଶିର ଲୋକଙ୍କ ଭାଗ୍ୟରେ ସୁନା କଳସ ଢାଳିବେ ଗଜାନନ।
ଗଣେଷ ପୂଜା ଦିନ ଠାରୁ ମାଲେ ମୋଲ୍ ହେବେ ଏହି ସବୁ ରାଶି :
ମେଷ : ଜ୍ୟୋତିଷ ଶାସ୍ତ୍ରରେ ମେଷ ରାଶିଙ୍କ ଗଣେଷଙ୍କର ଅତି ପ୍ରିୟ ରାଶି ବୋଲି କୁହାଯାଏ। ଗଣେଷ ପୂଜା, ଦିନ ଠାରୁ ଏହି ରାଶିଙ୍କ ଭାଗ୍ୟ ଖୋଲିଯିବ। ଦିର୍ଘ ଦିନର ଇଚ୍ଛା ପୂରଣ ହେବ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ କୋର୍ଟ କଚେରୀ ଜନିତ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ । ଆୟ ବୃଦ୍ଧି ହେବା ସହ ବ୍ୟବସାୟରେ ସଫଳତା ମଧ୍ୟ ମିଳିବ । ରାଜନିତୀ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ । କେବଳ ଏତିକି ନୁହେଁ, ଏହି ସମୟରେ ଆପଣ ଏହି କ୍ଷେତ୍ରରେ ଅନେକ ସହଯୋଗ ପାଇବେ । ଜୀବନ ସାଥୀଙ୍କ ସମର୍ଥନ ପାଇବେ। ଏହି ସମୟରେ ଆପଣ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ ।
ମିଥୁନ : ଗଣେଷ ଚତୁର୍ଥୀ ଠାରୁ ଏହି ରାଶି ର ବ୍ୟକ୍ତି ମଧ୍ୟ ମାଲେମାଲ୍ ହେବେ। ଗଣେଷ ପ୍ରଭୁଙ୍କ ଆର୍ଶିବାଦ ଆପଣଙ୍କ ଉପରେ ରହିବ । ଫଳରେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। ଏଭଳି ପରିସ୍ଥିତିରେ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନୂତନ ବ୍ୟବସାୟ ଆରମ୍ଭ କଲେ ଶୁଭଫଳ ପାଇବେ। ହଠାତ୍ କେଉଁ ଆଡୁ ଧନଲାଭର ଯୋଗ ମଧ୍ୟ ରହିଛି। ଏହି ସମୟରେ ଆପଣ, ନୂତନ ଗାଡି଼ କ୍ରୟ କରିପାରିବେ। ବୈବାହିକ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତି ମଜବୁତ ହେବ।
ମକର : ପତି-ପତ୍ନୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ଦୂର ହେବ । ଆପଣଙ୍କର ଆୟ ବୃଦ୍ଧି ପାଇବ ଓ ଆପଣ କିଛି ନୂତନ କ୍ଷେତ୍ରରେ ବିନିଯୋଗ କରିବାର କଳ୍ପନା କରିବେ । ଏକ ନୂତନ ଯାନ କିଣିବା ପାଇଁ ଆପଣଙ୍କର ଇଚ୍ଛା ପୂରଣ ହୋଇପାରେ । ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସନ୍ତୁଳନ ବଜାୟ ରଖନ୍ତୁ । କମ୍ପେଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଶୁଭଫଳ ପାଇବେ। ଶତ୍ରୃମାନେ ମଧ୍ୟ ଏହି ସମୟରେ ଆପଣଙ୍କ ଶରଣ ପଶିବେ । ଆୟ ବଢିବା ସହ ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ । ବ୍ୟବସାୟରେ ମଧ୍ୟ ଆପଣଙ୍କୁ ଶୁଭ ଫଳ ମିଳିବ ।