ରାଜ୍ୟସ୍ତରୀୟ ପରେଡ୍ ପାଇଁ ଫୁଲ୍ ଡ୍ରେସ୍ ରିହରର୍ସାଲ
ଭୁବନେଶ୍ୱର : ସ୍ୱାଧୀନତା ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ପରେଡ୍ ପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆଜି ରାଜ୍ୟସ୍ତରୀୟ ପରେଡ୍ ପାଇଁ ଫୁଲ୍ ଡ୍ରେସ୍ ରିହରର୍ସାଲ କରାଯାଇଛି । ପୋଲିସ ଡିଜିଙ୍କ ଉପସ୍ଥିତିରେ ଫୁଲ୍ ଡ୍ରେସ୍ ରିହରର୍ସାଲ ହୋଇଛି । ପରେଡରେ ୩ଟି କଂଟିନ୍ଜେଂଟ ଭାଗ ନେଇଥିଲେ । ଏହା ସହ ବ୍ରାସ୍ ବ୍ୟାଣ୍ଡ ମଧ୍ୟ ପରେଡରେ ସାମିଲ ହୋଇଥିଲେ । ଚଳିତ ଥର ପରେଡରେ ନେତୃତ୍ୱ ନେବେ କେସିଙ୍ଗା ଏସଡ଼ିପିଓ ଅଭିନବ ଶୋନକର ।
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତୋଳନ କରିବେ । କରୋନା କଟକଣା କାରଣରୁ ଛାତ୍ରଛାତ୍ରୀ ପରେଡରେ ଭାଗ ନେବେ ନାହିଁ । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କରାଯିବ । ଆଇନଶୃଙ୍ଖଳାକୁ ନଜରରେ ରଖି ପରେଡ୍ ଗ୍ରାଉଣ୍ଡରେ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ୧୦୦ରୁ ଅଧିକ ବଛା ବଛା ଅଫିସର ନିୟୋଜିତ ହେବେ । ଏହା ସହ ସାଧା ପୋଷାକଧାରୀ, ରୂଫ୍ ଟପ୍ ସିକ୍ୟୁରିଟି, ବମ୍ ଓ ଡଗ୍ ସ୍କ୍ୱାର୍ଡ ନିୟୋଜିତ ହେବେ ।