ନବରଙ୍ଗପୁର ମହାବିଦ୍ୟାଳୟ ରେ ସୀମାନ୍ତ ସାହିତ୍ୟ ପରିବାର ର ପ୍ରତିଯୋଗିତା
ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ ଠାରେ ସୀମାନ୍ତ ପରିବାର,ନବରଙ୍ଗପୁର ଆନୁକୂଲ୍ୟରେ ଆଗାମୀ ବିଷୁବ ସାହିତ୍ୟ ମିଳନ ପାଳନ ଅବସରରେ ଆନ୍ତଃ ମହାବିଦ୍ୟାଳୟ କୁଇଜ, କ୍ଷୁଦ୍ର ଗଳ୍ପ, କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।ଓଡ଼ିଆ ସାହିତ୍ୟ ସଂସ୍କୃତି ଭିତ୍ତିକ କୁଇଜ ପ୍ରତିଯୋଗିତା ପରିଚାଳନା କରିଥିଲେ ଜି. ଭେଙ୍କେଟ ରେଡ୍ଡୀ, ରାମକୃଷ୍ଣ ପାତ୍ର ଏବଂ ଡ଼ଃ ରଘୁନାଥ ଶତପଥି । କ୍ଷୁଦ୍ର ଗଳ୍ପ ଓ କବିତା ଲିଖନ ପ୍ରତିଯୋଗିତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୀମାନ୍ତ ପତ୍ରିକା ସମ୍ପାଦକ ଶ୍ରୀ ଅଶୋକ ପଟନାୟକ, ସୁରେଶ ଚନ୍ଦ୍ର ମିଶ୍ର ଏବଂ ଡ଼ଃ ସଂଯୁକ୍ତା ପଣ୍ଡା । ଏଥିରେ ସହଯୋଗ କରିଥିଲେ ଶ୍ରୀ ଦୁର୍ଗା ପ୍ରସାଦ ପାଢ଼ୀ ଏବଂ ପି. ରବିକାନ୍ତ ରଘୁରାମ । ଏହି ପ୍ରତିଯୋଗିତାରେ ନବରଙ୍ଗପୁର ମହାବିଦ୍ୟାଳୟ, ମୋଡେଲ ଡିଗ୍ରୀ କଲେଜ, ମହିଳା ମହାବିଦ୍ୟାଳୟ ଏବଂ ବିଦ୍ୟାନିକେତନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ପ୍ରାୟ ୮୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । କୃତି ଛାତ୍ର ଛାତ୍ରୀ ମାନଙ୍କ ସମେତ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ଆସନ୍ତା ବିଷୁବ ସାହିତ୍ୟ ଆସର ତଥା ଓଡ଼ିଆ ନବବର୍ଷ ପାଳନ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଘୋଷଣା କରାଯାଇଥିଲା ।ନବରଙ୍ଗପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ମହମ୍ମଦ ଜାହାଙ୍ଗୀର, ଅଧ୍ୟାପିକା ମାନସୀ ମହାପାତ୍ର, ଓଡ଼ିଆ ବିଭାଗର ଅଧ୍ୟାପିକା ଶ୍ରୀୟା ତ୍ରିପାଠୀ, ସସ୍ମିତା ବିଶ୍ୱାସରାୟ, ଅଧ୍ୟାପକ ପ୍ରିୟବ୍ରତ ସାହୁ, ଏବଂ ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଅଧ୍ୟାପକ ଦିଲୀପ ହୋତା ଓ ପୂର୍ବତନ ସଂଯୋଜକ ଅଧ୍ୟାପକ ଶମ୍ବୁ ପ୍ରସାଦ ହୋତା ପ୍ରମୁଖ ଏହି କାର୍ଯ୍ୟକ୍ରମର ପ୍ରତ୍ୟକ୍ଷ ପରିଚାଳନା ରେ ରହିଥିଲେ । ଓଡ଼ିଆ ଭାଷା, ଜ୍ଞାନ, ତଥା ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ପ୍ରଶଂସନୀୟ ହୋଇଅଛି ।