ରାତିରେ ବାରମ୍ବାର ଭାଙ୍ଗୁଚି କି ନିଦ? ଜାଣନ୍ତୁ କାରଣ ଓ ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ଉପାୟ
ରାତିରେ ଶୋଇବା ପରେ ବାରମ୍ବାର ନିଦ ଭାଙ୍ଗେ । ଯେଉଁ କାରଣରୁ ଆପଣ ସକାଳେ ଉଠିବା ପରେ ସତେଜ ଅନୁଭବ କରନ୍ତି ନାହିଁ । ଏହି ସମସ୍ୟା ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳେ । ସଠିକ୍ ନିଦ ନହେବା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ, କିନ୍ତୁ ଆପଣ ଭାବିଛନ୍ତି କି ରାତିରେ ଆପଣଙ୍କ ନିଦ କାହିଁକି ଭାଙ୍ଗିଯାଏ ?
ବାସ୍ତବରେ, ଏହା ପଛର କାରଣ ହେଉଛି ଆପଣଙ୍କର ଖାଦ୍ୟ । ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ଚକୋଲେଟ୍, କଫି କିମ୍ବା କାର୍ବୋହାଇଡ୍ରେଟ୍ ଜିନିଷ ଖାଆନ୍ତି, ଯାହା ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଏହିପରି କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ, ଯାହା ଆପଣଙ୍କୁ ରାତିରେ ଶାନ୍ତିରେ ଶୋଇବାକୁ ଦିଏନାହିଁ ।
୧-ସର୍ବପ୍ରଥମେ, ଶୋଇବା ପୂର୍ବରୁ, ଆପଣ ମନରୁ ଯେକୈାଣସି ପ୍ରକାରର ମାନସିକ ଚାପକୁ ବାହାର କରନ୍ତୁ । ଏହାପରେ, ଶୋଇବାର ୨-୩ ଘଣ୍ଟା ପୂର୍ବରୁ ଚା’ ଓ କଫି ପିଅନ୍ତୁ ନାହିଁ । କାରଣ କଫିରେ କିଛି ଏପରି ଉପାଦାନ ଅଛି, ଯାହା ଆମକୁ ଜାଗ୍ରତ ରଖେ, ଯେଉଁଥିପାଇଁ ଶୋଇବା ପରିବର୍ତ୍ତେ ଆମର ମସ୍ତିଷ୍କ ସକ୍ରିୟ ହୋଇଯାଏ ।
୨-କାର୍ବୋହାଇଡ୍ରେଟ୍ ଜିନିଷ ମଧ୍ୟ ଆମ ନିଦକୁ ବିଚଳିତ କରେ । ଯଦିଓ ସୀମିତ ପରିମାଣରେ କାର୍ବୋହାଇଡ୍ରେଟ୍ ଆମ ଶୋଇବା ପାଇଁ ସମସ୍ୟା ସୃଷ୍ଟି କରେ ନାହିଁ, କିନ୍ତୁ ଅତ୍ୟଧିକ ପରିମାଣ ଆମ ମେଟାବୋଲିଜିମ୍ ଉପରେ ପ୍ରଭାବ ପକାଇଥାଏ । ଯାହା ଆମ ନିଦ ଉପରେ ପ୍ରଭାବ ପକାଇପାରେ । ଏହି ସମୟରେ ଆମେ ମଧ୍ୟ ଅସ୍ଥିର ଅନୁଭବ କରୁ । ତେଣୁ, ପ୍ରୟାସ କରିବା ଉଚିତଯେ, ଶୋଇବା ପୂର୍ବରୁ ଭାତ, ପାସ୍ତା, ଚିପ୍ସ, ବନ୍ଧାକୋବି, ସେଓ, ଆଳୁ କିମ୍ବା ଅନ୍ୟାନ୍ୟ ଶସ୍ୟ ପରି ଉଚ୍ଚ କାର୍ବୋହାଇଡ୍ରେଟ୍ ଜିନିଷ ଖାଆନ୍ତୁ ନାହିଁ ।
୩-ରାତିରେ ମାଛ, ମାଂସ, ଅଣ୍ଡା ଓ ଡାଲି ଭଳି ଖାଦ୍ୟ ଖାଆନ୍ତୁ ନାହିଁ । ଯାହା ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇଥାଏ । ଏହା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ଚାପ ପକାଇଥାଏ ଏବଂ ହଜମ ପ୍ରକ୍ରିୟାକୁ ମନ୍ଥର କରିଥାଏ ।
୪-ସାଧାରଣତଃ ସମସ୍ତେ ଜାଣନ୍ତିଯେ, ରାତିରେ ଚକୋଲେଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ । ଏହା କେବଳ ଆପଣଙ୍କ ଦାନ୍ତକୁ ଖରାପ କରିନଥାଏ, ବରଂ ଏହା ଆପଣଙ୍କ ନିଦକୁ ବିଚଳିତ କରିଥାଏ । କିଛି ଲୋକ ଖାଇବା ପରେ ମିଠା ଭାବରେ ଚକୋଲେଟ୍ ଖାଇଥା’ନ୍ତି । ଏହା ଆପଣଙ୍କ ମନକୁ ସକ୍ରିୟ ରଖେ । ଯାହା ଦ୍ୱାରା ଆପଣ ରାତିରେ ଠିକ୍ ଭାବେ ଶୋଇ ପାରନ୍ତି ନାହିଁ ।