ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଦେୟ ମୁକ୍ତ ‘ସ୍ୱର୍ଗରଥ’ ସେବା
ନୀଳଗିରି : ମାନବ ସେବା ହିଁ ମାଧବ ସେବା । ମାନବର ଯେତେବି ସେବା ରହିଛି ସେଥିରୁ ବଡ଼ ସେବା ମଣିଷର ଅନ୍ତିମ ସେବା । ଶବାଧରାରେ ତାଙ୍କୁ ବହିବାରେ ସହଯୋଗ କରିବା । ଏହାକୁ ଆଧାର କରି ନୀଳଗିରି ଟ୍ରକ୍ ମାଲିକ ସଂଘ ପକ୍ଷରୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଦେୟ ମୁକ୍ତ ‘ସ୍ୱର୍ଗରଥ’ ଗାଡ଼ିର ସେବା ଆରମ୍ଭ କରିଛନ୍ତି ।
ନୀଳଗିରି ଏକ ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ବହୁ ଦୂର ଦୁରାନ୍ତର ଲୋକେ ଚିକିତ୍ସା ପାଇଁ ଏହି ମେଡ଼ିକାଲ ଉପରେ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ରୋଗୀଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ମଶାନ ନେବା ପାଇଁ ଦେୟ ମୁକ୍ତ ‘ସ୍ୱର୍ଗରଥ’ର କୌଣସି ଗାଡ଼ି ନଥିବା ବେଳେ ରବିବାର ପୂର୍ବାହ୍ନରେ ନୂତନ ବର୍ଷର ଅବସରରେ ନୀଳଗିରି ଟ୍ରକ୍ ମାଲିକ ସଂଘ ପକ୍ଷରୁ ହସ୍ପିଟାଲରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଦେୟ ମୁକ୍ତ ସ୍ୱର୍ଗରଥ ଗାଡ଼ିର ସେବା ଆରମ୍ଭ ହୋଇଛି । ଏହି ସ୍ୱର୍ଗ ରଥ ସମସ୍ତ ବର୍ଗର ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ପାରିବ ବୋଲି ସଂଘର ସଭାପତି ଶିଶିର କୁମାର ରାଉତ ପ୍ରକାଶ କରିଛନ୍ତି । ଏହି ସେବା ଉଦଘାଟନୀ ଉତ୍ସବରେ ବିଜେଡ଼ି ନେତା ସନ୍ତୋଷ ଖଟୁଆ, ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସ, ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ବିଜେଡି ଅନୁସୂଚିତ ଜାତିର ସଭାପତି ଶରତ କୁମାର ଦାସ, ମାନସ କୁମାର ବାରିକଙ୍କ ସହିତ କାଉନସିଲର ମାନେ ଉପସ୍ଥିତ ଥିଲେ ।