ଦେଶରେ ପ୍ରଥମ ଥର ପାଇଁ ଦୈନିକ ସୁସ୍ଥ ସଂଖ୍ୟା ୪ ଲକ୍ଷରୁ ଅଧିକ
- ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ ନୂଆ ମାମଲା ସଂଖ୍ୟା ୩ ଲକ୍ଷରୁ କମ ରହିଛି
- ଗତ ୨୪ ଘଂଟାରେ ସକ୍ରିୟ ମାମଲା ସଂଖ୍ୟାରେ ୧,୬୩, ୨୩୨ ହ୍ରାସ ହୋଇଛି
- ଭାରତର ସମୁଦାୟ ଟିକାକରଣ କଭରେଜ ୧୮.୪୪ କୋଟି ଅତିକ୍ରମ କଲା
- ଏପର୍ଯ୍ୟନ୍ତ ୧୮-୪୪ ବୟସ ବର୍ଗର ୬୬ ଲକ୍ଷରୁ ଅଧିକ ହିତାଧିକାରୀ ଟିକା ନେଇ ସାରିଲେଣି
ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଭାବେ ସମସ୍ତ ସ୍ୱାସ୍ଥ୍ୟ ସେବା ଓ ଆଗଧାଡିର କର୍ମୀଙ୍କ ନିଷ୍ଠାପର ଓ ଅବିଶ୍ରାନ୍ତ ପରିଶ୍ରମ ଫଳରେ ଭାରତର ଦୈନିକ କୋଭିଡ ସୁସ୍ଥ ସଂଖ୍ୟା ପ୍ରଥମ ଥର ପାଇଁ ୪ ଲକ୍ଷରୁ ଅଧିକ ହୋଇପାରିଛି । ଗତ ୨୪ ଘଂଟାରେ ୪,୨୨,୪୩୬ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଛି । ଗତ ୧୪ ଦିନରେ ହାରାହାରି ଦୈନିକ ସୁସ୍ଥ ସଂଖ୍ୟା ୩,୫୫,୯୪୪ରୁ ଅଧିକ ରହିଛି । ନିମ୍ନ ଗ୍ରାଫରେ ଗତ ୧୪ ଦିନର ଦୈନିକ ସୁସ୍ଥ ସଂଖ୍ୟା ପ୍ରଦର୍ଶିତ ହୋଇଛି । ଗତ ୨୪ ଘଂଟାରେ ୨,୬୩,୫୩୩ ନୂଆ ମାମଲା ପଞ୍ଜିକୃତ ହୋଇଛି । ଲଗାତର ଦ୍ୱିତୀୟ ଦିନ ପାଇଁ ଭାରତରେ ପଞ୍ଜିକୃତ ମାମଲା ସଂଖ୍ୟା ୩ ଲକ୍ଷରୁ କମ ରହିଛି । ଗତ ୨୪ ଘଂଟାରେ ସକ୍ରିୟ ମାମଲାରେ ୧,୬୩,୨୩୨ ହ୍ରାସ ପଞ୍ଜିକୃତ ହୋଇଛି । ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ଆଜି ୨,୧୫,୯୬,୫୧୨ରେ ପହଂଚିଛି । ଜାତୀୟ ଆରୋଗ୍ୟ ହାର ୮୫.୬୦ ପ୍ରତିଶତ ରହିଛି । ଦଶଟି ରାଜ୍ୟରେ ୭୫.୭୭ ପ୍ରତିଶତ ନୂଆ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶବ୍ୟାପି ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଦେଶରେ ଆଜି ସୁଦ୍ଧା ପ୍ରାୟ ୧୮.୪୪ କୋଟି କୋଭିଡ- ୧୯ ଟିକା ଡୋଜ ପ୍ରଦାନ କରାଯାଇଛି ।
ମଙ୍ଗଳବାର ସକାଳ ୭ଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୬,୮୭, ୬୩୮ ସେସନରେ ସମୁଦାୟ ୧୮,୪୪,୫୩,୧୪୯ ଟିକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୬,୫୯,୪୪୧ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୬,୫୨,୩୮୯ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୪୫,୦୦,୩୦୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୮୨,୧୭,୦୭୫ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮-୪୪ ବୟସ ବର୍ଗର ୫୯,୩୯,୨୯୦ ହିତାଧିକାରୀ (ପ୍ରଥମ ଡୋଜ), ୫,୭୬,୬୪,୬୧୬ (ପ୍ରଥମ ଡୋଜ) ଓ ୪୫ରୁ ୬୦ ବୟସ ବର୍ଗର ୯୨,୪୩,୧୦୪ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛନ୍ତି । ୬୦ରୁ ଅଧିକ ବର୍ଷ ବୟସର ୫,୪୬,୬୪,୫୭୭ ପ୍ରଥମ ଡୋଜ ହିତାଧିକାରୀ ଓ ୧,୭୯,୧୨,୩୫୪ ଦ୍ୱିତୀୟ ଡୋଜ ହିତାଧିକାରୀ ରହିଛନ୍ତି ।