ମହାରାଷ୍ଟ୍ର ଓ ପୁଣେରେ ଚାଲିବ ଫ୍ଲାଇଂ ବସ୍ ! ଯୋଜନା କରୁଛି କେନ୍ଦ୍ର
ନୂଆଦିଲ୍ଲୀ: କେବଳ ପୁଣେ ନୁହେଁ ମହାରାଷ୍ଟ୍ରର ସମସ୍ତ ପ୍ରମୁଖ ସହରରେ ଟ୍ରାଫିକ ଜାମ୍ ବୃଦ୍ଧି ସମସ୍ୟାର ମୁକାବିଲା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏକ ଭଲ ଉପାୟ କହିଛନ୍ତି । ପୁଣେରେ ବସ୍ କିମ୍ବା ଟ୍ରଲି ବସ୍ ଉଡ଼ାଣ ଯୋଜନା କାର୍ୟ୍ୟକାରୀ ହେଲେ ପୁଣେର ଲୋକମାନେ ଟ୍ରାଫିକ୍ ଜାମ୍ ସମସ୍ୟାରୁ ମୁକ୍ତି ପାଇବେ । ଗଡକରୀ ଶୁକ୍ରବାର ପୁଣେରେ ଚାନ୍ଦିନୀ ଚୌକ ଟ୍ରାଫିକ ସମସ୍ୟାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ବେଳେ ଏହା କହିଛନ୍ତି । ପୁଣେର ଟ୍ରାଫିକ ସମସ୍ୟାର ମୁକାବିଲା କରିବାର ଉପାୟ ବର୍ଣ୍ଣନା କରୁଥିବାବେଳେ ସେ ଫ୍ଲାଇଙ୍ଗ ବସ୍ ବିଷୟରେ ଉଲ୍ଲେଖ କରିଥିଲେ ।
ପୁଣେରୁ ସାତ୍ରା ଯାଉଥିବା ରାସ୍ତାରେ ଟ୍ରାଫିକ ଜାମ୍ ହ୍ରାସ କରିବାକୁ ସେ ଚାରିଥାକିଆ ରାସ୍ତାର ଯୋଜନା ଆଣିବା ବିଷୟରେ କହିଥିଲେ । ସେ କହିଛନ୍ତି, ସତ୍ରା ରୋଡରେ ଏକ ଉଚ୍ଚ ରାସ୍ତା ନିର୍ମାଣ ପାଇଁ ଯୋଜନା ଅଛି । ତାହା ହେଉଛି, ତଳେ ଏକ ରାସ୍ତା ରହିବ ଏବଂ ଏହା ଉପରେ ଦୁଇଟି ଫ୍ଲାଏଓଭର ରହିବ । ଏବଂ ଏହା ଉପରେ ମେଟ୍ରୋ ପରି ବହୁ ଦ୍ରୁତ ପରିବହନର ବ୍ୟବସ୍ଥା ରହିବ । ଏଥିପାଇଁ ମୁଁ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ସମୟ ମଧ୍ୟରେ ନିତିନ ଗଡକରୀ ପୁଣେ- ବେଙ୍ଗାଲୁରୁ ଗ୍ରୀନଫିଲ୍ଡ ହାଇୱେ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । ‘ପୁଣେ-ବେଙ୍ଗାଲୁରୁ ଗ୍ରୀନଫିଲ୍ଡ ହାଇୱେର ସୁବିଧା ହେବଯେ ମୁମ୍ବାଇରୁ ବେଙ୍ଗାଲୁରୁ ଯାଉଥିବା ଟ୍ରେନ୍ ପୁଣେରେ ପ୍ରବେଶ କରିବା ପରିବର୍ତ୍ତେ ବାହ୍ୟ ରୁଟରୁ ବାହାରିବ । ଏହା ସହ ସାଢ଼େ ଚାରି ଘଣ୍ଟା ମଧ୍ୟରେ ମୁମ୍ବାଇରୁ ବେଙ୍ଗାଲୁରୁ ଏବଂ ପୁଣେରୁ ବେଙ୍ଗାଲୁରୁ ପର୍ୟ୍ୟନ୍ତ ସାଢେ଼ ତିନି ଘଣ୍ଟା ମଧ୍ୟରେ ପହଞ୍ଚିବା ସମ୍ଭବ ହେବ । ହି ରାଜମାର୍ଗ ପଶ୍ଚିମ ମହାରାଷ୍ଟ୍ରର ମରୁଢି ପ୍ରଭାବିତ ଅଞ୍ଚଳ ହୋଇ ଯିବ। ଫଳରେ ସେହି ସବୁ ଅଞ୍ଚଳର ବିକାଶ ରାସ୍ତା ମଧ୍ୟ ଖୋଲିବ ବୋଲି ଗଡକରୀ କହିଛନ୍ତି ।