ପ୍ରଥମ ଟି-୨୦ : ଓ୍ଵେଷ୍ଟଇଣ୍ଡିଜକୁ ୧୯୧ ରନ ଟାର୍ଗେଟ୍ ଦେଲା ଭାରତ
ନୂଆଦିଲ୍ଲୀ : ତ୍ରିନିଦାଦର ବ୍ରାଏନ ଲାରା ଷ୍ଟାଡିୟମଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ଦମଦାର ଖେଳ ଦେଖାଇଥିଲା ଭାରତୀୟ ଟିମ୍। ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୬ ଓ୍ଵିକେଟ୍ ହରାଇ ୧୯୦ ରନ କରିଛି। ଓ୍ଵେଷ୍ଟଇଣ୍ଡିଜ ସମ୍ମୁଖରେ ରହିଛି ୧୯୧ ରନର ବିଜୟ ଲକ୍ଷ୍ୟ।
ଆଜିର ମ୍ୟାଚରେ ଟସ୍ ଜିତି ଓ୍ଵେଷ୍ଟଇଣ୍ଡିଜ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଓପନିଂ କରିଥିଲେ। ପ୍ରଥମ ଓ୍ଵିକେଟରେ ୪୪ ରନ ଯୋଡି ଭଲ ଆରମ୍ଭ ଦେଇଥିଲେ। ପରୀକ୍ଷାମୂଳକ ଭାବେ ଓପନିଂ କରିଥିବା ସୂର୍ଯ୍ୟକୁମାର ଯାଦବ ୨୪ ରନ କରିଥିଲେ। ଶ୍ରେୟସ ଆୟର ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ପନ୍ତ ୧୪ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା(୧) ସଅଳ ଆଉଟ୍ ହୋଇଥିଲେ। ଗୋଟିଏ ପଟେ ଓ୍ଵିକେଟ୍ ଖସି ଚାଲିଥିବା ଅନ୍ୟପଟେ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରି ଇନିଂସ ସମ୍ଭାଳିଥିଲେ। ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଓପନିଂ କରିଥିଲେ। ପ୍ରଥମ ଓ୍ଵିକେଟରେ ୪୪ ରନ ଯୋଡି ଭଲ ଆରମ୍ଭ ଦେଇଥିଲେ। ପରୀକ୍ଷାମୂଳକ ଭାବେ ଓପନିଂ କରିଥିବା ସୂର୍ଯ୍ୟକୁମାର ଯାଦବ ୨୪ ରନ କରିଥିଲେ। ଶ୍ରେୟସ ଆୟର ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ପନ୍ତ ୧୪ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା(୧) ସଅଳ ଆଉଟ୍ ହୋଇଥିଲେ। ଗୋଟିଏ ପଟେ ଓ୍ଵିକେଟ୍ ଖସି ଚାଲିଥିବା ଅନ୍ୟପଟେ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରି ଇନିଂସ ସମ୍ଭାଳିଥିଲେ। ରୋହିତ ଶର୍ମା ପଞ୍ଚମ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ସେ ୪୪ ବଲ୍ରୁ ୭ ଚୌକା ଏବଂ ୨ ଛକା ସହ ୬୪ ରନ କରିଥିଲେ। ଜାଡେଜା ୧୬ ରନ କରି ପାଭିଲିୟନ ଫେରିଥିଲେ। ହେଲେ ଶେଷ ଆଡକୁ ଦିନେଶ କାର୍ତ୍ତିକ ଦଳର ଇନିଂସ ସମ୍ଭାଳିଥିଲେ। ତାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୬ ଓ୍ଵିକେଟ୍ ହରାଇ ୧୯୦ ରନ କରି ପାରିଛି। ସେ ୧୯ ବଲ୍ରୁ ୪ ଚୌକା ଏବଂ ୨ ଛକା ସହ ୪୧ ରନ କରି ଅପରାଜିତ ଥିଲେ। ରବିଚନ୍ଦ୍ରନ ଅଶ୍ଵିନ ୧୩ ରନରେ ଅପରାଜିତ ଥିଲେ। ଦୁଇ ବ୍ୟାଟସମ୍ୟାନ ସପ୍ତମ ଓ୍ଵିକେଟ୍ ପାଇଁ ୫୨ ରନ ଯୋଡିଥିଲେ।