କୋରିଓଗ୍ରାଫର ସରୋଜ୍ ଖାନଙ୍କ ଜୀବନିକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର

ମୁମ୍ବାଇ : ଖ୍ୟାତନାମା କୋରିଓଗ୍ରାଫର ସରୋଜ ଖାନ୍ ଗତ ବର୍ଷ ଜୁଲାଇ ୩ରେ ହୃଦଘାତ ରେ ମୃତ୍ୟୁବରଣ କରିଥିଲେ । ଶନିବାର ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଥିଲା । ଏହି ଅବସରରେ ଘୋଷଣା କରାଯାଇଛି କି ତାଙ୍କ ଜୀବନୀ ଉପରେ ଏକ ବାୟୋପିକ୍ ତିଆରି ହେବ । ଏହି ଚଳଚ୍ଚିତ୍ରରେ ସରୋଜ ଖାନ ତାଙ୍କ ଜୀବନରେ କରିଥିବା ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ କରାଯିବ । ତେବେ ସେ ଭାରତର ପ୍ରଥମ ମହିଳା କୋରିଓଗ୍ରାଫର ଭାବେ ପ୍ରସିଦ୍ଧି ଲାଭ କରିଥିଲେ । ତେବେ ଏହି ଫିଲ୍ମ ବିଷୟରେ ଔପଚାରିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଏନେଇ କୋରିଓଗ୍ରାଫର ସରୋଜ୍ ଖାନଙ୍କ ଝିଅ ସୁକେନା ଖାନ କହିଛନ୍ତି କି, ‘ମୋ ମାଆକୁ ପୁରା ଇଣ୍ଡଷ୍ଟ୍ରି ଭଲ ପାଉଥିଲା କେବଳ ଏତିକି ନୁହଁ .. ତାଙ୍କୁ ସମ୍ମାନ ମଧ୍ୟ କରୁଥିଲେ । କିନ୍ତୁ ଆମେ ତାଙ୍କ ସଂଘର୍ଷ ଓ ସଂଗ୍ରାମ ତଥା ଲଢେଇକୁ ଦେଖିଛୁ । ଆମେ ଆଶା ରଖିଛୁ କି ତାଙ୍କ ବାୟୋପିକ୍ ସହ ତାଙ୍କ କାହାଣୀ ଓ ନୃତ୍ୟ , ଭଲପାଇବା , ତାଙ୍କ ଆଗ୍ରହ ଓ ତାଙ୍କର ସମସ୍ତଙ୍କ ପ୍ରତି ଥିବା ପ୍ରେମ ଭଲପାଇବା ଏହି ବାୟୋପିକ୍ ରେ ଦେଖାଯାଉ ।’ ସରୋଜ ଖାନଙ୍କ ପୁଅ ରାଜୁ ଖାନ ମଧ୍ୟ ବଲିଉଡରେ ଡେବ୍ୟୁ କରିସାରିଛନ୍ତି । ସେ ମଧ୍ୟ ବଲିଉଡର ଜଣେ କୋରିଓଗ୍ରାଫର ଅଟନ୍ତି । ସେ କହିଛନ୍ତି କି, ମାଆ ନୃତ୍ୟ କରିବାକୁ ବହୁତ ଭଲପାଉଥିଲେ । ଆମେ ମଧ୍ୟ ଦେଖିଛୁ ସେ କିପରି ତାଙ୍କ ଜୀବନକୁ ନୃତ୍ୟ ପାଇଁ ଉତ୍ସର୍ଗ କରିଥିଲେ । ଏଥିପାଇଁ ଆମେ ବହୁତ ଖୁସି କି ତାଙ୍କ ସବୁ ଇଣ୍ଡଷ୍ଟ୍ରି ଭଲ ପାଉଥିଲା । ଏହା ସହ ତାଙ୍କୁ ସବୁଠି ସମ୍ମାନ ମିଳିଥିଲା .। ଏହା ଖାସ୍ କରି ତାଙ୍କ ପରିବାର ଲୋକଙ୍କ ପାଇଁ ଗର୍ବର କଥା କି ତାଙ୍କ ବିଷୟରେ ଆଧାରିତ ପୁରା କାହାଣୀ ଦୁନିଆ ଦେଖିବ ।
ସରୋଜ ଖାନଙ୍କ ପୁରା ନାମ ହେଉଛି ନିର୍ମଳା କିଶନଚାନ୍ଦ ସାଧୁ ସିଂହ ନାଗପାଲ କିନ୍ତୁ ତାଙ୍କ ପିତା ଏହି ନାମକୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ । କାହିଁକି ନା ଗୋଟିଏ ରକ୍ଷଣଶୀଳ ପରିବାର ଜାଣିପାରିବ ନାହିଁ କି ସେମାନଙ୍କ ଝିଅ ଚଳଚ୍ଚିତ୍ରରେ କାମ କରୁଛନ୍ତି ବୋଲି । ଯାହାଫଳରେ ସେ ତାଙ୍କ ନାମକୁ ବଦଳାଇ ସରୋଜ ଖାନ କରିଥିଲେ । ସେ ମାତ୍ର ୩ ବର୍ଷ ବୟସରେ ନଜରନାରେ ଶିଶୁ କଳାକାର ଭାବେ କ୍ୟାରିୟରର ଆରମ୍ଭ କରିଥିଲେ । ଏହା ପରେ ସେ ୧୦ ବର୍ଷ ବୟସରେ ଡ୍ୟାନ୍ସର ସହ ୧୨ ବର୍ଷ ବୟସରେ ସହକାରୀ କୋରିଓଗ୍ରାଫର ହୋଇଥିଲେ । ସରୋଜ ଖାନ ୧୯୭୪ ମସିହାରେ ଫିଲ୍ମ ଗୀତା ମେରା ନାମ୍ ପାଇଁ କୋରିଓଗ୍ରାଫି କରିବା ଆରମ୍ଭ କରିଥିଲେ । ଏହା ପରେ ସେ ୧୯୮୩ ମସିହାରେ ସେ ତାଲିମ୍ ଫିଲ୍ମ ଥାଇ ଭେଡୁ ର ଗୀତ ପାଇଁ ନିର୍ଦ୍ଦେଶନା ଦେଇଥିଲେ । ସେହି ବର୍ଷ ସେ ସୁବାଷ ଘାଇଙ୍କ ସୁପରହିଟ୍ ଫିଲ୍ମ ହିରୋରେ କାମ କରିଥିଲେ ମଧ୍ୟ ୮୦ ଦଶକରେ ସେ ସେ ବହୁ ଲୋକପ୍ରିୟତା ହାସଲ କରିଥିଲେ । ସେ ଅଭିନେତ୍ରୀ ଶ୍ରୀ ଦେବୀ ଓ ସେହି ସମୟରେ ଥିବା ଅନେକ ନାମୀ ଦାମୀ ସୁପରଷ୍ଟାରଙ୍କ ହିଟ ଗୀତର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।
୧୯୮୬ ମସିହାରେ ନିର୍ମିତ ଫିଲ୍ମ ନାଗିନା ହିଁ ତାଙ୍କ ଏକ ନାମର ପରିଚୟ ଦେଇଥିଲା । ସେହି ଚଳଚ୍ଚିତ୍ରରେ ଶ୍ରୀ ଦେବୀଙ୍କ ଆଇକନିକ୍ ଗୀତ ମେଁ ନାଗିନ୍ ତୁ ସପେରା ଗୀତଟି ଆଜି ମଧ୍ୟ ପପୁଲାର ଅଟେ । ଅନ୍ୟପଟେ ଶ୍ରୀ ଦେବୀଙ୍କ ଫିଲ୍ମ ମିଷ୍ଟର ଇଣ୍ଡିଆର ପପୁରାଲ ଗୀତ ହାୱା ହାୱାଇ ମଧ୍ୟ ଲୋକ ପ୍ରିୟ ହୋଇଥିଲା । ଅନ୍ୟପଟେ ସରୋଜ ଖାନଙ୍କ ନିଦ୍ଦେଶିତ ନୃତ୍ୟରେ ମାଧୁରୀ ମଧ୍ୟ ଆଇକନ ଅଭିନୟ କରିଛନ୍ତି । ଯେମିତିକି ଏକ ଦୋ ତିନ୍ , ଚୋଲି କେ ପିଛେ କ୍ୟା ହେ.., ଧକ୍କ ଧକ୍କ କରନେ ଲଗା.., ଏମିତି ଅନେକ ହିଟ ଗୀତରେ କୋରିଓଗ୍ରାଫି ଦେଇଛନ୍ତି ସରୋଜ୍ ଖାନ । କିନ୍ତୁ ତାଙ୍କର ପ୍ରମୁଖ ଫିଲ୍ମ ମଧ୍ୟରେ ରହିଛି ୧୯୯୯ ମସିହାର ରିଲିଜ ହୋଇଥିବା ଫିଲ୍ମ ତାଲ୍ ଓ ହମ ଦିଲ ଦେ ଚୁକେ ସନମ୍ ରେ ଐଶ୍ବର୍ଯ୍ୟା ରାୟଙ୍କ ପାଇଁ କୋରିଓ ଗ୍ରାଫି କରିଥିଲେ । ଏହା ସହ ସେ ୨୦୧୫ରେ ତନୁ ୱେଡ୍ଦ ମନୁର ଚଳଚିତ୍ରର ଏକ ଗୀତରେ କଙ୍ଗନାଙ୍କ ପାଇଁ କୋରିଓଗ୍ରାଫି ଦେଇଥିଲେ । ତାଙ୍କର ଶେଷ କୋରିଓଗ୍ରାଫି ଥିଲା ମଣିକର୍ଣ୍ଣିକା । ଏହା ବ୍ୟତିତ ସରୋଜ ଖାନ ଟେଲି ଧାରାବାହିକ ନଚ୍ ବଲିୟେ ଓ ଝଲକ ଦିଖଲାଜା ପରି ଡ୍ୟାନ୍ସ ଶୋରେ ଜଜ୍ ଭାବେ ଦେଖିବାକୁ ମିଳିଥିଲେ । ତେବେ ସରୋଜ ଖାନ ତାଙ୍କ କ୍ୟାରିୟର ମଧ୍ୟରେ ପ୍ରାୟ ୩୫୦୦ ଗୀତରେ କୋରିଓଗ୍ରାଫି କରିଥିଲେ । ଏହା ସହ ସେ ୩ ଥର ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ ।