ଏଣିକି ମେରଠରୁ ଗାଜିଆବାଦ ଓ ଦିଲ୍ଲୀକୁ କମିଲା ଦୂରତା

ନୂଆଦିଲ୍ଲୀ : ଗୁଗଲ ମ୍ୟାପ ଅନୁସାରେ ସଡ଼କ ପଥରେ ମେରଠରୁ ଦିଲ୍ଲୀ ପହଂଚିବାକୁ ପାଖାପାଖି ୨ ଘଂଟା ୪୮ ମିନିଟ୍ ଲାଗୁଥିଲା । ଏବେ ଏହି ଦୂରତା କମିଛି । ଦିଲ୍ଲୀରୁ ମେରଠ ଏବେ କେବଳ ୪୫ ମିନିଟରେ ପହଂଚିହେବ । ଗାଜିଆବାଦରୁ ମେରଠ ଯିବାକୁ କେବଳ ୩୦ ମିନିଟ୍ ଲାଗିବ । ଏପ୍ରିଲ ପହିଲାରୁ ଦିଲ୍ଲୀ-ମେରଠ ଏକ୍ସପ୍ରେସ୍ ୱେକୁ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି । ଏଣିକି ଉତରାଖଣ୍ଡକୁ ଯିବାକୁ ହେଲେ ଦିଲ୍ଲୀ ମେରଠ ହାଇୱେ ଜାମରେ ଫସିବାକୁ ପଡ଼ିବ ନାହିଁ । ଦିଲ୍ଲୀ-ମେରଠ ଏକ୍ସପ୍ରେସ୍ ୱେ ପଶ୍ଚିମ ୟୁପି ପାଇଁ ଲାଇଫ ଲାଇନ୍ ସାବ୍ୟସ୍ତ ହେବୟ ପ୍ରଥମେ ଏହି ଏକ୍ସପ୍ରେସ୍ ୱେକୁ ୩୧ ମାର୍ଚ୍ଚରେ ଖୋଲାଯିବାକୁ ଥିବାବେଳେ କୌଣସି ତ୍ରୁଟି ଯୋଗୁ ଏହାକୁ ଆଜି ଲୋକଙ୍କ ପାଇଁ ସମର୍ପଣ କରାଯାଇଛି । ୟୁପି ଗେଟ୍ରୁ ଦାସନା ଏବଂ ଦାସନାରୁ ମେରଠ ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ୍ ୱେ ୧ ଏପ୍ରିଲରୁ ଖୋଲିଯାଇଛି । ସଡ଼କ ଏବଂ ପରିବହନ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ମାରାଥନ୍ ବୈଠକ ପରେ ଏକ୍ସପ୍ରେସ୍ ୱେକୁ ଖୋଲି ଦିଆଯାଇଛି କିନ୍ତୁ ଏହା ଉପରେ ଟୋଲ ଟ୍ୟାକ୍ସ ଆଦୟକୁ ନେଇ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।
ଅନ୍ୟପଟେ ଟୋଲ ଦର ୨-୩ ଦିନରେ ର୍ନିଦ୍ଧାରଣ କରାଯିବ ବୋଲି ଏନଏଚଏଆଇ ପକ୍ଷରୁ ସୂଚନା ମିଳିଛିୟ ଏହି ଏକ୍ସପ୍ରେସ୍ ୱେ ଉପରେ କାର ସ୍ପିଡ୍ ୧୦୦ କିଲୋମିଟର ପ୍ରତି ଘଂଟା ଏବେ ଟ୍ରକ୍-ବସ୍ ସ୍ପିଡ୍ ୮୦ କିମି ପ୍ରତି ଘଂଟା ଧାର୍ଯ୍ୟ କରାଯାଇଛି । ଏକ୍ସପ୍ରେସ୍ ୱେରେ ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ୍ଣ ସିଗ୍ନାଲ ଫ୍ରି । ଏହା ଉପରେ ଅଶୋକ ସ୍ତମ୍ବ, କୁତବ ମୀନାର ଭଳି ସ୍ମାରକର ପ୍ରତୀକ ରହିବ ।ସଡ଼କର ଦୁଇ ପାର୍ଶ୍ୱରେ ଭର୍ଟିକାଲ୍ ଗାର୍ଡେନ କରାଯିବା ପାଇଁ ଯୋଜନା ରହିଛି । ପ୍ରୋଜେକ୍ଟ ପାଇଁ ମୋଟ ଖର୍ଚ୍ଚ ୮୩୪୬ କୋଟି ହୋଇଥିବା ବେଳେ ଏହାର ଲମ୍ବ ୮୨.୦୧ କିଲୋମିଟର ରହିଛି ।