ଅମ୍ଳଜାନ ଏବଂ ଅମ୍ଳଜାନ ସମ୍ବନ୍ଧୀୟ ଯନ୍ତ୍ରପାତିର ଆମଦାନୀ ଶୁଳ୍କ ଆସନ୍ତା ୩ମାସ ପାଇଁ ଛାଡ଼

- ଆମଦାନୀ ହେବ ୧୦ହଜାର ଅମ୍ଳଜାନ କନସେନଟ୍ରେଟର ଯନ୍ତ୍ର
ନୂଆଦିଲ୍ଲୀ : କେନ୍ଦ୍ରସରକାର ଅମ୍ଳଜାନ ଏବଂ ଅମ୍ଳଜାନ ସମ୍ବନ୍ଧୀୟ ଯନ୍ତ୍ରପାତିର ଆମଦାନୀ ଶୁଳ୍କ ଆସନ୍ତା ୩ମାସ ପାଇଁ ଛାଡ଼ କରିଛନ୍ତି । ଏଥିସହ ସ୍ୱାସ୍ଥ୍ୟ ସେସ୍ ଆଦାୟ ନ କରିବାକୁ ନିଷ୍ପତି ନିଆଯାଇଛି । ଏହିସବୁ ଉପକରଣ ଗୁଡ଼ିକର କଷ୍ଟମ୍ କ୍ଲିୟରାନ୍ସ ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ସରକାର ଆସନ୍ତା ୩ମାସ ପାଇଁ କରୋନା ଟିକା ଆମଦାନୀ ଉପରେ ଆମଦାନୀ ଶୁଳ୍କ ଛାଡ଼ କରିବାକୁ ମଧ୍ୟ ନିଷ୍ପତି ନେଇଛନ୍ତି ।
PM Modi chaired a meeting to review steps taken to boost oxygen availability in the country. He emphasised that there was an immediate need to augment the supply of medical-grade oxygen as well as equipment required for patient care both at home and in hospitals: Govt of India pic.twitter.com/DUtIQDj7sy
— ANI (@ANI) April 24, 2021
ସମ୍ପ୍ରତି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଅମ୍ଳଜାନ ଅଭାବ ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି । ଅମ୍ଳଜାନର ଉପଲବ୍ଧତାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅନେକ ମନ୍ତ୍ରୀ ଏବଂ ଅଧିକାରମୀଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ କରୋନା ଟିକା ଆମଦାନୀ ଏବଂ ଅମ୍ଳଜାନ ଓ ଅମ୍ଳଜାନ ସମ୍ବନ୍ଧୀୟ ଯନ୍ତ୍ରପାତିର ଆମଦାନୀ ଶୁ୍ଳ୍କ ଛାଡ଼ କରାଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଦେଶରେ ମେଡ଼ିକାଲ ଅମ୍ଳଜାନ ଯୋଗାଣ ବୃଦ୍ଧି ସହିତ ଡାକ୍ତରଖାନାରେ ରୋଗୀଙ୍କ ଯତ୍ନ ନେବା ପାଇଁ ଆବଶ୍ୟକ ଉପକରଣର ଜରୁରୀ ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଅମ୍ଳଜାନ ଏବଂ ଚିକିତ୍ସା ଯୋଗାଣକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ସକ୍ରିୟତାର ସହ କାର୍ଯ୍ୟ କରିବାକୁ କହିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ୧୦ହଜାର ଅମ୍ଳଜାନ କନସେନଟ୍ରେଟର ଯନ୍ତ୍ର ଆମଦାନୀ କରିବାକୁ ନିଷ୍ପତି ନେଇଛନ୍ତି । ଦେଶରେ ଚାଲିଥିବା ଅମ୍ଳଜାନ ସେଂଟର ମୁକାବିଲା ପାଇଁ ଶନିବାର ଏହି ନିଷ୍ପତି ନିଆଯାଇଛି । ସମ୍ଭବତଃ ଆସନ୍ତା ସପ୍ତାହରୁ ଏହା ଆମେରିକାରୁ ଭାରତରେ ପହଂଚିବ । ଏହି ଅମ୍ଳଜାନ କନସେନଟ୍ରେଟର ଯନ୍ତ୍ର ଖୋଲା ଆକାଶରୁ ଅମ୍ଳଜାନ ପ୍ରସ୍ତୁ କରେ । ଏହି ମେସିନ୍ ସିଧାସଳଖ ବାୟରୁ ପ୍ରତି ମିନିଟ୍ରେ ୫ଲିଟର ମେଡ଼ିକାଲ ଅମ୍ଳଜାନ ଉତ୍ପାଦନ କରେ । ଏଥିପାଇଁ ଏକ ସିଲିଣ୍ଡରର ଆବଶ୍ୟକତା ନାହିଁ । ମେସିନରୁ ରୋଗୀ ନିରନ୍ତର ଅମ୍ଳଜାନ ପାଇଥାଏ ।