ବିଶିଷ୍ଟ ରାଜନେତା, ସମବାୟବିତ୍, ନାଟ୍ୟକାର ଗଜେନ୍ଦ୍ର ଉପାଧ୍ୟାୟଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ
ସୋର : ସୋର ଅଂଚଳର ବିଶିଷ୍ଟ ରାଜନେତା , ସମବାୟବିତ୍, ନାଟ୍ୟକାର ତଥା ସମାଜସେବୀ ସ୍ୱର୍ଗତ ଗଜେନ୍ଦ୍ର ଉପାଧ୍ୟାୟଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକ ହୋଟେଲ ରୟାଲ ସମ୍ମିଳନୀ କକ୍ଷରେ ଗଜେନ୍ଦ୍ର ସ୍ମୃତି କମିଟି ପରିଷଦ ସଭାପତି ମହେନ୍ଦ୍ର ପ୍ରସାଦ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାକ୍ତନ ଅଧ୍ୟାପକ ଭଗବାନ ସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ଉପାଧ୍ୟାୟଙ୍କ ବହୁମୁଖଈ ପ୍ରତିଭା, ଦରଦୀ ବ୍ୟକ୍ତ୍ୱ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଅନିରୁଦ୍ଧ ଦାସ, ପ୍ରାକ୍ତନ ନଗରପାଳ ନଳିନୀକାନ୍ତ ମହାପାତ୍ର, ପ୍ରାକ୍ତନ ନଗରପାଳ ତଥା ପୂର୍ବତନ ବିବିସିସି ସଭାପତି ଆଶୀଷ କୁମାର ଦାସ, ଯୋଗ ଯୋଗ ଦେଇ ସ୍ୱର୍ଗତ ଉପାଧ୍ୟାୟ ଏକାଧାରରେ ଜଣେ ସମବାୟବିତ୍, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ଅଭିନେତା, ରାଜନେତା ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ବୋଲି କହିଥିଲେ । କମିଟି ସଂପାଦକ ବିଜୟ କୁମାର ଷଢ଼ଙ୍ଗୀ, ସମାଜସେବୀ ପ୍ରଦୀପ କୁମାର ଦାଶ, ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ଦ୍ୱାରୀ, ସାମ୍ବାଦିକ ଗୈାରୀ ଶଂକର ଘଡାଇ, ଜନ୍ମେଜୟ ମିଶ୍ର, ସୁଧାଂଶୁ ଶେଖର ବାରିକ, ନନ୍ଦକିଶୋର ସାହୁ, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ କମଳାକାନ୍ତ ଘଡାଇ, ଆଇନ୍ଜୀବୀ ସେକ୍ ଅତିଉଲ୍ଲା, ଗଙ୍ଗାଧର ମହାହାନା, ମହେଶ୍ୱର ଭୋଇ, ପୂର୍ଣ୍ଣଚନ୍ଦ୍ର ପତି, ନାୟରାୟଣ ପଣ୍ଡା, ସମିତି ସଭ୍ୟ ମନୋରଂଜନ ପଣ୍ଡା, ସ୍ୱର୍ଗତ ଉପାଧ୍ୟାୟଙ୍କ ଜ୍ୱାଇଁ ସିଦ୍ଧାର୍ଥ ପଣ୍ଡା, ସାଂସଦ ପ୍ରତିନିଧି ଶଙ୍କର୍ଷଣ ବାରିକ, ପ୍ରମୁଖ ଯୋଗ ଦେଇ ସ୍ଥାନୀୟ ଅଂଚଳରେ ସମବାୟ ସମିତି ପ୍ରତିଷ୍ଠା ସହ ରାଜନେତା ଓ ସମାଜସେବାରେ ଥିବା ତାଙ୍କର ରୁଚି ନେଇ କହିଥିଲେ । ତାଙ୍କର ମଧ୍ୟମ ପୁତ୍ର ଅକ୍ଷୟ କୁମାର ଉପାଧ୍ୟାୟ ଅତିଥି ପରିଚୟ ରଖିଥିବା ବେଳେ ଶେଷରେ ତାଙ୍କର ବଡ ପୁଅ ଜିତେନ୍ଦ୍ର କୁମାର ଉପାଧ୍ୟାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।