ଶ୍ରୀଲଙ୍କାରେ ଜରୁରୀ ସ୍ଥିତି ଲାଗୁ
କଲମ୍ବୋ : ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଦେଶ ଛାଡି ପଳାଇବା ପରେ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଶ୍ରୀଲଙ୍କା ରାଷ୍ଟ୍ରପତି କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ ଯେ ସେ ୧୩ ଜୁଲାଇରେ ନିଜ ପଦରୁ ଇସ୍ତଫା ଦେବେ । ତେବେ ଦେଶରୁ ପଳାଇବା ପରେ ଏବେ ତାଙ୍କ ଇସ୍ତଫା ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ପଳାୟନ ପରେ କଲମ୍ବୋରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଜନ ବିରୋଧ ଆରମ୍ଭ ହୋଇଛି । କ୍ରୋଧିତ ବିକ୍ଷୋଭକାରୀମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିବାର ଦେଖାଯାଉଛି । ଜନତା ରାସ୍ତାରେ ହଙ୍ଗାମା କରିବା ଆରମ୍ଭ କରିଛନ୍ତି । ଏହି ପ୍ରତିବାଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ବହୁ ସଂଖ୍ୟକ ସୈନିକ ନିୟୋଜିତ ହୋଇଛନ୍ତି । କ୍ରୋଧିତ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ସେମାନଙ୍କ ଉପରେ ଲୁହବୁହା ଗ୍ୟାସ ମରାଯାଇଛି । ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଦେଶ ଛାଡି ମାଲଦ୍ୱୀପକୁ ପଳାୟନ କରିଛନ୍ତି । ରାଜପକ୍ଷ ଦେଶ ଛାଡିବା ପରେ ଲୋକମାନେ ରାଗିଛନ୍ତି । ରାଜଧାନୀ କଲମ୍ବୋ ରାସ୍ତାରେ ବିକ୍ଷୋଭକାରୀମାନେ ତୀବ୍ର ହଙ୍ଗାମା କରୁଛନ୍ତି । ହଜାର ହଜାର ଲୋକ ସଂସଦ ଗୃହ ଆଡକୁ ଯାଉଛନ୍ତି । ବହୁ ସଂଖ୍ୟାରେ ବିକ୍ଷୋଭକାରୀ ମଧ୍ୟ ପିଏମ ହାଉସ ଆଡକୁ ଯାଉଛନ୍ତି । ବର୍ତ୍ତମାନ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ଅନ୍ୟପକ୍ଷରେ, ୧୩୯ ଦିନର ବିରୋଧ ପରେ ରାଜପକ୍ଷ ମଧ୍ୟ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ଆଜି ସଂସଦରେ ତାଙ୍କର ଇସ୍ତଫା ଘୋଷଣା କରାଯାଇପାରେ ଓ ଏହା ସହିତ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତିଙ୍କ ନାମ ମଧ୍ୟ ଘୋଷଣା କରାଯିବ ।
Sri Lanka declares state of emergency after President Gotabaya Rajpakasa fled the country, reports AFP citing Sri Lankan PM's office#SriLankaCrisis
— ANI (@ANI) July 13, 2022
ହାକୁ ନେଇ ଲୋକ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି । ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କ ବାସଭବନ ଘେରାଉ କରିଛନ୍ତି । ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କ ଇସ୍ତଫା ଦାବି କରି ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ବିକ୍ରମାସିଂଘେଙ୍କ ବାସଭବନରେ ବହୁ ସଂଖ୍ୟାରେ ସୁରକ୍ଷା ବଳ ମୁତୟନ କରାଯାଇଛି । ସେଠାରେ ବିକ୍ଷୋଭକାରୀ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ସୂଚନା ରହିଛି। ବିକ୍ଷୋଭକାରୀଙ୍କୁ ଘଉଡିବା ପାଇଁ ସୁରକ୍ଷା ବାହିନୀ ଲାଠି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛନ୍ତି । ସେପଟେ ଶ୍ରୀଲଙ୍କାର ପଶ୍ଚିମ ପ୍ରଦେଶରେ କର୍ଫ୍ୟୁ ଜାରି କରାଯାଇଛି। ଏହା ପୂର୍ବରୁ ଖବର ଆସିଥିଲା ଯେ ଗୋଟାବାୟା ରାଜପକ୍ଷେ ଜୁଲାଇ ୧୩ରେ ଇସ୍ତଫା ଘୋଷଣା କରିବେ । ବାଚସ୍ପତି ଆଜି ଏହା ଘୋଷଣା କରିଥାଆନ୍ତେ। କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଚସ୍ପତିଙ୍କୁ ଏପର୍ଯ୍ୟନ୍ତ ଗୋଟାବାୟାଙ୍କ ଇସ୍ତଫା ମିଳିନାହିଁ । ଶ୍ରୀଲଙ୍କା ବାୟୁସେନା ମିଡିଆ ନିର୍ଦ୍ଦେଶକ କହିଛନ୍ତି ଯେ ମାଳଦ୍ବୀପ ଯିବା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ, ତାଙ୍କ ପତ୍ନୀ ଏବଂ ଦୁଇଜଣ ଅଙ୍ଗରକ୍ଷୀଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଅନ୍ୟ ବିଭାଗ ଅନୁମତି ଦେଇଥିଲେ । ବୁଧବାର ସକାଳେ ତାଙ୍କୁ ବାୟୁସେନା ବିମାନ ଯୋଗାଇ ଦିଆଯାଇଥିଲା।