ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି
ଭୁବନେଶ୍ୱର : ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଅର୍ଥନୈତିକ ଠକେଇ କାରବାର୍ ନେଇ ଇଡି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୋଟ ୩କୋଟି ୯୨ଲକ୍ଷ ୨୦ହଜାର ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଏହି ସମ୍ପତ୍ତି ମଧ୍ୟରେ ପ୍ରଭାତ ବିଶ୍ୱାଳ ଓ ମିଡିଆଗୁରୁ କନ୍ସଲଟାନ୍ସିର ସମ୍ପତ୍ତି ରହିଛି ।
ଶନିବାର ପୂର୍ବତନ ବିଧାୟକ ପ୍ରଭାତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ଇଡି। ତାଙ୍କର ଏବଂ ଗୁରୁ ମିଡିଆ କନସଲଟାଣ୍ଟ ପ୍ରାଇଭେଟ ଲିମିଟେଡର ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟା୍ଚ୍ ହୋଇଛି। ପ୍ରଭାତରଂଜନ ବିଶ୍ବାଳଙ୍କର ଏସବିଆଇ କଟକ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଆଟା୍ଚ୍ ହୋଇଛି। ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥା ଜରିଆରେ ଟଙ୍କା ଆଦାୟ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉତ୍ତର ପ୍ରଦେଶର ନୋଏଡାରେ ଥିବା ଗୁରୁ ମିଡିଆ କନସଲଟାଣ୍ଟ ପ୍ରାଇଭେଟ ଲିମିଟେଡର ସଂପତ୍ତି ଆଟାଚ୍ କରାଯାଇଛି। ଏହି କଂପାନି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସହିତ କିମ୍ବା ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆରେ ତାଲିକାଭୁକ୍ତ ନୁହେଁ। ଏନଏସଇଆଇ ଏବଂ ଏହିପରି ସର୍ବସାଧାରଣ ଜମା ସଂଗ୍ରହ କରିବାକୁ ଅନୁମତିପ୍ରାପ୍ତ ନୁହେଁ। ସୂଚନା ଯେ, ୨୦୦୨ରେ ହୋଇଥିବା ଏତଲା ଆଧାରରେ ଏହି ମାମଲାର ଅନୁସନ୍ଧାନ ଆରମ୍ଭ ହୋଇଥିଲା। ଓଡ଼ିଶାର କ୍ରାଇମ ବ୍ରାଞ୍ଚର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ଦ୍ୱାରା ଚାର୍ଜସିଟ୍ ଦାଖଲ ହୋଇଥିଲା। ଭାରତୀୟ ଏବଂ ବିଭିନ୍ନ ବିଭାଗ ଅଧୀନରେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ୍ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।