କରୋନା ସତ୍ତ୍ୱେ ଦେଶରେ କୃଷିଜାତ ସାମଗ୍ରୀ ରପ୍ତାନି ୧୮% ବୃଦ୍ଧି
ନୂଆଦିଲ୍ଲୀ : କରୋନା ମହାମାରୀ ସଂକ୍ରମଣ ଜନିତ ପରିସ୍ଥିତି ସତ୍ତ୍ୱେ ୨୦୨୦ ଏପ୍ରିଲରୁ ୨୦୨୧ ଫେବ୍ରୁଆରୀ ମଧ୍ୟରେ ଦେଶରୁ ୨.୭୪ ଲକ୍ଷ କୋଟି ଟଙ୍କାର କୃଷିଜାତ ଏବଂ ଆନୁଷଙ୍ଗିକ ସାମଗ୍ରୀ ରପ୍ତାନି କରାଯାଇଛି। ତାହାର ପୂର୍ବବର୍ଷ ସେହି ସମୟରେ ଏହା ୨.୩୧ ଲକ୍ଷ କୋଟି ଟଙ୍କା ଥିଲା। ଫଳରେ ଏଥିରେ ୧୮% ବୃଦ୍ଧି ଘଟିଛି। ରପ୍ତାନି କ୍ଷେତ୍ରରେ ଯେଉଁସବୁ କୃଷିଜାତ ସାମଗ୍ରୀ ବିଶେଷ ଅଭିବୃଦ୍ଧି ହାସଲ କରିଛି ସେଥିମଧ୍ୟରେ ଗହମ, ଚାଉଳ (ଅଣ-ବାସମତୀ), ସୋୟା ମିଲ, ମସଲା, ଚିନି, କପା, ତାଜା ପନିପରିବା, ପ୍ରକ୍ରିୟାକରଣ କରାଯାଇଥିବା ପନିପରିବା ଏବଂ ମଦ୍ୟଜାତୀୟ ପାନୀୟ ଅନ୍ତର୍ଭୁକ୍ତ।
ଦେଶରୁ ଗହମ ରପ୍ତାନି ଗତବର୍ଷ ତୁଳନାରେ ଉଲ୍ଲେଖନୀୟ ପରିମାଣରେ ବୃଦ୍ଧିପାଇଛି। ୨୦୧୯ ଏପ୍ରିଲରୁ ୨୦୨୦ ଫେବ୍ରୁଆରୀ ମଧ୍ୟରେ ଦେଶରୁ ୪୨୫ କୋଟି ଟଙ୍କାର ଗହମ ରପ୍ତାନି କରାଯାଇଥିବାବେଳେ ୨୦୨୦ ଏପ୍ରିଲରୁ ୨୦୨୧ ଫେବ୍ରୁଆରୀ ମଧ୍ୟରେ ଗହମ ରପ୍ତାନି ୩୨୮୩ କୋଟି ଟଙ୍କାକୁ ବୃଦ୍ଧିପାଇଛି। ନାଫେଡ ଆଫଗାନିସ୍ତାନକୁ ୫୦,୦୦୦ ଟନ ଏବଂ ଲେବାନନକୁ ୪୦,୦୦୦ ଟନ୍ ଗହମ ରପ୍ତାନି କରିଛି। କୋଭିଡ ସତ୍ତେ୍ୱ ବିଶ୍ୱ ଖାଦ୍ୟ ଯୋଗାଣ ଶୃଙ୍ଖଳରେ କୋୖଣସି ପ୍ରତିବନ୍ଧକ ସୃଷ୍ଟି ହେବାକୁ ନଦେଇ ଭାରତ ରପ୍ତାନି କରିଥିଲା ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରଣାଳୟର ଜଣେ ଅଧିକାରୀ।