କୁବେରା ପଞ୍ଚାୟତର ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଘର ଘର ଚାଲ କାର୍ଯ୍ୟକ୍ରମ
ତିହିଡ଼ି : ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ଅଧିନ କୁବେରା ପଞ୍ଚାୟତରେ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଗାଁ ଗାଁ ଚାଲ ଓ ଘର ଘର ଚାଲ କାର୍ଯ୍ୟକ୍ରମ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବିଜେପି ଐଶାନ୍ୟଚଣ୍ଡୀ ମଣ୍ଡଳ ସଭାପତି ପ୍ରମୋଦ ଦାସଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଧାମନଗର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ସମ୍ମାନିତ ଅତିଥି ଭାବେ ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ଶଂକର ପତି, ରାଜ୍ୟ ସଂଯୋଜକ ଉମାକାନ୍ତ ଦାସ, ଜିଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ମଣ୍ଡଳ ଓବିସିମୋର୍ଚ୍ଚା ସଭାପତି କ୍ଷୀରସିନ୍ଧୁ ବାରିକ, ସାଇଶରଣ ବେହେରା, ସଂଜୟ ବେହେରା, ଶରତ ନାୟକ, ସରପଞ୍ଚ କୀର୍ତ୍ତିଚନ୍ଦ୍ର ସେଠୀ, ମହିଳାମୋର୍ଚ୍ଚା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଶିକ୍ଷା, ନିଯୁକ୍ତି ଓ ପଞ୍ଚାୟତରାଜ ନିର୍ବାଚନ ବ୍ୟବସ୍ଥାରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ଓଡ଼ିଶା ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରି ଏହା ଲାଗୁ କରୁନଥିବାରୁ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଁ ଗାଁ, ଘର ଘର ବୁଲି କର୍ମୀମାନେ ସଚେତନ କରାଉଛନ୍ତି ବୋଲି କହିଥିଲେ । ଜିଲା ଓବିସିମୋର୍ଚ୍ଚା ସଭାପତି ଧନ୍ୟବାଦ ଅର୍ପର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ, ମାନସ ଜେନା, ଶରତ ସେଠୀ, ମାନସ ରାଉଳ, ପ୍ରଭାତ ଜେନା, ରତିକାନ୍ତ ନାୟକ, ସଂଜୀବ ବେହେରା, ସୋମନାଥ ବହଳି, ସନାତନ କର, କନକ ନାୟକ, ସନ୍ନ୍ୟାସୀ ଖୁଣ୍ଟିଆ, ବାପି ସମାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।