ରାତିରେ ଭୁଲରେ ବି ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ନଚେତ ବିଗିଡ଼ିପାରେ ସ୍ୱାସ୍ଥ୍ୟ
ଯେପରି ସକାଳେ ଖାଲି ପେଟରେ କିଛି ସୁସ୍ଥ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ । ସେହିଭଳି ରାତିରେ ଆପଣଙ୍କ ଖାଦ୍ୟରେ ସୁସ୍ଥ ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ୍ । ଯଦି ଆମେ ରାତିରେ ସୁସ୍ଥ ଖାଦ୍ୟ ଖାଉ ନାହୁଁ, ତେବେ ଏହା ଆମର ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ । ରାତିରେ ଅସ୍ୱାସ୍ଥ୍ୟକର କିମ୍ବା ଭାରି ଖାଇବା ହେତୁ ନିଦ୍ରାହୀନତା, କୋଷ୍ଠକାଠିନ୍ୟ ଓ ଏସିଡିଟି ଭଳି ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇପାରେ । ତେଣୁ, କିଛି ଜିନିଷ ରାତିରେ ଖାଇବା ଉଚିତ୍ ନୁହେଁ ।
ରାତିରେ ଭାରି ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଭାରି ଖାଦ୍ୟ ଖାଇବା ଦ୍ୱାରା ପେଟ ଭାରୀ ହୋଇଯାଏ । ଏହା ଗ୍ୟାସ୍, ପେଟ ଯନ୍ତ୍ରଣା ଭଳି ସମସ୍ୟା ସୃଷ୍ଟି କରିପାରେ । ତେଣୁ, ଆପଣ ରାତିରେ ପନିର, ବର୍ଗର ଓ ପିଜା ଇତ୍ୟାଦି ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ଏହି ଜିନିଷଗୁଡିକ ହଜମ ଶକ୍ତିକୁ ଦୁର୍ବଳ କରିଥାଏ । ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ।
ବାସ୍ତବରେ, ଅଧିକାଂଶ ଲୋକ କେବଳ ରାତିରେ ମଦ୍ୟପାନ କରନ୍ତି । କିନ୍ତୁ ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ମଦ୍ୟପାନ ନିଦକୁ ବ୍ୟାହତ କରିପାରେ । ତେଣୁ ରାତିରେ ମଦ୍ୟପାନକୁ ସମ୍ପୂର୍ଣ୍ଣରୂପେ ଏଡାଇବା ଉଚିତ୍ ।
ଆପଣ ରାତିରେ ମସଲାଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ମସଲାଯୁକ୍ତ ଖାଦ୍ୟ ଶୋଇବା ଏବଂ ହଜମ ପ୍ରକ୍ରିୟାକୁ ବ୍ୟାହତ କରିପାରେ । ତେଣୁ ରାତିରେ କମ୍ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । ସେହି ଜିନିଷ ଯାହା ଏସିଡିଟିର ମୂଳ କାରଣ । ତାହା ମଧ୍ୟ ରାତିରେ ଏଡାଇବା ଉଚିତ୍ । ଡ୍ରାଏଫ୍ରୁଟ୍, ଡାଲି, ବ୍ରୋକୋଲି, ଫୁଲକୋବି ଓ ଆମିଷ ଭଳି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।