ବୃହଷ୍ପତିଙ୍କୁ ପ୍ରସନ୍ନ କରିବା ପାଇଁ ଗୁରୁବାର କରନ୍ତୁ ଏହି ଉପାୟ ! ମିଳିବି ପ୍ରଗତି ଓ ସମ୍ମାନ, ଦୂର ହେବ ବିବାହ ମାର୍ଗରେ ଉପୁଜୁଥିବା ବାଧା
ଗୁରୁବାର ଦିନ ଭଗବାନ ବୃହସ୍ପତିଙ୍କୁ ସମର୍ପିତ କରାଯାଇଥାଏ । ଏହି ଦିନ ଭଗବାନ ବୃହସ୍ପତିଙ୍କୁ ବିଧି-ବିଧାନ ସହ ପୂଜାର୍ଚ୍ଚନା କରାଯାଇଥାଏ । ବୃହସ୍ପତିଙ୍କୁ ଦେବତାମାନଙ୍କର ଗୁରୁ ବୋଲି କୁହାଯାଏ । ଯଦି ଜାତକରେ ଗୁରୁଙ୍କ ସ୍ଥିତି ଭଲ ଅଛି ତେବେ ସେହି ବ୍ୟକ୍ତିଙ୍କୁ ପ୍ରଗତି ଏବଂ ସମ୍ମାନ ମିଳିଥାଏ । ବିଶ୍ୱାସ ରହିଛି କି ବୃହସ୍ପତିଙ୍କୁ ପୂଜା କରିବା ଦ୍ୱାରା ବିବାହ ମାର୍ଗରେ ଉପୁଜୁଥିବା ବାଧା ଦୂର ହୋଇଥାଏ । ଏହାସହିତ ବୃହସ୍ପତିଙ୍କ କୃପାରୁ ଉଚ୍ଚ ଶିକ୍ଷା ଏବଂ ଅପାର ଧନ ପ୍ରାପ୍ତିର ଯୋଗ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଭଲ ଘର, ଭଲ ଚାକିରି, ଧନ, ଶିକ୍ଷା ଆଦି ଆଶା କରିଥାନ୍ତି । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୃହସ୍ପତିଙ୍କ ପୂଜା କରିବା ଉଚିତ୍ ।
ଗୁରୁ ମାନେ ବୃହଷ୍ପତି ହେଉଛନ୍ତି ଦେବତାମାନଙ୍କର ଗୁରୁ । ସେ ବୈବାହିକ ଜୀବନ ଏବଂ ଭାଗ୍ୟର କାରକ ହୋଇଥାନ୍ତି । ଏହି ଗୁରୁ ଗ୍ରହ ସ୍ୱାସ୍ଥ୍ୟ ସମସ୍ୟାକୁ ବଢାଇ ଥାନ୍ତି ସତ କିନ୍ତୁ ଏହା ନିବାରଣ ମଧ୍ୟ କରିଥାନ୍ତି । ଗୁରୁଦୋଷକୁ କମ କରିବାକୁ ହେଲେ ଗୁରୁବାର ବ୍ରତ ରଖି ହଳଦିଆ ବସ୍ତ୍ର ଧାରଣ କରନ୍ତୁ ଏବଂ ବିନା ଲୁଣର ଭୋଜନ ଗ୍ରହଣ କରନ୍ତୁ । ଖାଦ୍ୟରେ ହଳଦିଆ ରଙ୍ଗର ଜିନିଷ ବ୍ୟବହାର କରନ୍ତୁ ।
ବୃହଷ୍ପତିଙ୍କ ପ୍ରତିମାକୁ ହଳଦିଆ ରଙ୍ଗର ବସ୍ତ୍ର ଉପରେ ବିରାଜମାନ କରନ୍ତୁ । ଏହାପରେ ପ୍ରତିମାକୁ ପଞ୍ଚଉପଚାରରେ ପୂଜନ୍ତୁ । ପୂଜାରେ କେଶର , ଚନ୍ଦନ,ହଳଦିଆ ଚାଉଳ,ହଳଦିଆ ଫୁଲ ଏବଂ ହଳଦିଆ ଭୋଗ ଲଗାନ୍ତୁ । ଶେଷରେ ଆଳତୀ କରନ୍ତୁ ।
ଏହାସହିତ ଓଁ ବୃଂ ବୃହଷ୍ପତି ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଗୁରୁବାର ଦିନ ହଳଦିଆ ବସ୍ତ୍ର ଦାନ କରନ୍ତୁ । ଏହି ଦିନ ମହାଦେବଙ୍କୁ ବେସନ ଲଡୁ ଭୋଗ ଲଗାନ୍ତୁ । ଏହି ଉପାୟ ଅବଲମ୍ବନ କରିବା ଦ୍ୱାରା ବିବାହ ଏବଂ ଭାଗ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।
ବୃହସ୍ପତିଙ୍କୁ ପ୍ରସନ୍ନ କରିବାର ସହଜ ଉପାୟ :
ବିଶ୍ୱାସ ରହିଛି କି ଗୁରୁବାର ଦିନ ପାଣିରେ ହଳଦି ପକାଇ ସ୍ନାନ କରିବା ଦ୍ୱାରା ଭଗବାନ ବୃହସ୍ପତିଙ୍କ ଆର୍ଶିବାଦ ପ୍ରାପ୍ତି ହୋଇଥାଏ । ଏହାସହିତ ଏହିଦିନ କଦଳୀ ଗଛ ପୂଜା କରିବା ଶୁଭ ହୋଇଥାଏ ।
ଗୁରୁବାର ଦିନ ଭଗବାନ ସତ୍ୟନାରାୟଣଙ୍କ କଥା ଶୁଣିବା ଶୁଭ ହୋଇଥାଏ । ସେହିପରି ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ।
ଗୁରୁବାର ଦିନ କାହାରିକୁ ଉଧାର ଦେବା ଉଚିତ ନୁହେଁ କି ନେବା ବି ଉଚିତ୍ ନୁହେଁ । କୁହାଯାଏ ଏଭଳି କରିବା ଦ୍ୱାରା ଜାତକରେ ଗୁରୁଙ୍କ ସ୍ଥିତି ଖରାପ ହୋଇଯାଏ । ଯାହାଫଳରେ ଆର୍ଥିକ ସମସ୍ୟା ଉପୁଜି ଥାଏ ।
ଗୁରୁବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଉଚିତ୍ । ସ୍ନାନ କରିବା ପରେ ଓଁ ବୃ ବୃହସ୍ପତେ ନମଃ ଜପିବା ଦ୍ୱାରା ଧନ ସମ୍ପତି ବୃଦ୍ଧି ହୋଇଥାଏ ।
ଏହିଦିନ ଭଗବାନ ବିଷ୍ଣୁଙ୍କ ଫଟୋ ବା ପ୍ରତିମା ଆଗରେ ଘିଅ ଦୀପ ଜାଳିବା ଦ୍ୱାରା ଆର୍ଶିବାଦ ପ୍ରାପ୍ତି ହୋଇଥାଏ ।
ଭଗବାନ ବୃହସ୍ପତିଙ୍କ ପ୍ରିୟ ରଙ୍ଗ ହେଉଛି ହଳଦିଆ । ସେଥିପାଇଁ ଗୁରୁବାର ବ୍ରାହ୍ମଣଙ୍କୁ ହଳଦିଆର ରଙ୍ଗ ଜିନିଷ ଦାନ କରନ୍ତୁ ।
ଯଦି ରୋଜାଗାର ସମ୍ବନ୍ଧୀୟ ବାଧା ଉପୁଜୁଥାଏ ତେବେ ଗୁରୁବାର କୌଣସି ମନ୍ଦିରରେ ହଳଦିଆ ରଙ୍ଗର ବସ୍ତ୍ର, ଫଳ ଆଦି ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ସମସ୍ୟା ଦୂର ହୋଇଥାଏ ।